ରଥଖଳା ହାଲଚାଲ: ତିନିରଥର ୧୫ ତୁମ୍ବରେ ପହି ସଂଯୋଗ

By

Published : May 18, 2022, 3:26 PM IST

thumbnail

ପୁରୀ: ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ରଥ ନିର୍ମାଣ ନେଇ ରଥ ଖଳା ଚଳଚଞ୍ଚଳ ରହିଛି । ଆଜି ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି । ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି । ୨ଟିରେ ଅର ସଂଯୋଗ କରାଯିବା ସହ ସିଙ୍ଗଡା ବାଡିଆ ଶେଷ ହୋଇଛି । ୮ଟି ତିଖଗୁଜ ଏବଂ ୧୨ଟି କୁଡୁକା ପାଇଁ କାଠ ଚଉପଟ କରାଯାଇଛି । ୧୧ଟି ସାଲଗୁଜ ଏବଂ ୯ଟି ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି । ନନ୍ଦିଘୋଷ ରଥର ୧୬ତୁମ୍ବ ମଧ୍ୟରୁ ୫ଟିରେ ପହି ସଂଯୋଗ କରାଯିବା ସହ କଳସା କରାଯାଇଛି । ୯ଟି ଜଳଯନ୍ତ୍ର ମଧ୍ୟରୁ ୫ଟି ଶେଷ ହୋଇଛି । ୩ଟି ତିଖଗୁଜ ଓ ୧୧ କୁଡୁକା ନିର୍ମାଣ କରାଯାଇଛି । ଦେବଦଳନ ରଥର ୫ଟି ଚକରେ ପହି ସଂଯୋଗ ଶେଷ ହୋଇଛି । ସେଥିରୁ ୨ଟିରେ ଅର ଲଗାଯାଇ ସିଙ୍ଗଡା ବାଡିଆ ଶେଷ ହୋଇଛି । ସାଲଗୁଜ, ଜଳଯନ୍ତ୍ର, ତିଖଗୁଜ ଏବଂ କୁଡୁକା ନିର୍ମାଣ ପାଇଁ କାଠ ଚଉପଟ କରାଯାଇଛି । ଅସ୍ଥାୟୀ କମାରଶାଳରେ କମାର ସେବକମାନେ ତିନିରଥ ନିର୍ମାଣ ପାଇଁ ପନ୍ଦାରି, ବଳା ଓ ଅରକଣ୍ଟା ପ୍ରସ୍ତୁତ କରୁଛନ୍ତି । ରୂପକାରଙ୍କ ଦ୍ଵାରା ତିନି ରଥର ୪ଟି ଲେଖାଏଁ ସାଲଗୁଜ ଓ କୋଣ ଗୁଜରେ ନୃସିଂହମୂର୍ତ୍ତି ଖୋଦେଇ କରାଯାଉଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.