thumbnail

By

Published : Jun 12, 2022, 2:32 PM IST

ETV Bharat / Videos

ରଥଖଳା ହାଲଚାଲ: ତିନି ରଥରେ ପଡୁଛି ଛନ୍ଦାଗୟଳ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ରଥରେ ପଡିଛି ଛନ୍ଦାଗୟଳ । ସେହିପରି ନାଟଗୋଡରେ ଖୋଦେଇ ଆରମ୍ଭ ହୋଇଛି । ନିର୍ମାଣାଧୀନ ତିନିରଥରେ ଦୁଇଟି ଲେଖାଏ ଛନ୍ଦାଗୟଳ ପକାଯାଇଛି । ନନ୍ଦିଘୋଷ ରଥର ଭାଙ୍ଗିଥ‌ିବା ପଛପାର୍ଶ୍ଵ ଅଖ ପରିବର୍ତ୍ତନ କରାଯାଇଛି । ତାଳଧ୍ଵଜ, ନନ୍ଦିଘୋଷ ଏବଂ ଦେବଦଳନ ରଥରେ ୧୬ଟି ପୋଲଗୟଳ ସଂଯୋଗ କରାଯାଇଛି । ରଥଖଳାରେ ମହାରଣା ସେବକ ଧୂଳିଦଣ୍ଡା ଏବଂ ଜଗତପୃଷ୍ଠ ଶ୍ରେଣୀ ଚଉପଟ କରୁଛନ୍ତି । ରୂପକାର ସେବକ ତିନିରଥ ସିଂହାସନରେ ପଦ୍ମପାଖୁଡା ଖୋଦେଇ କରିଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ କଣ୍ଟା କବ୍‌ଜା ପ୍ରସ୍ତୁତ କରୁଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.