thumbnail

By

Published : May 9, 2022, 8:12 PM IST

ETV Bharat / Videos

Rath yatra 2022: ରଥଖଳା ହାଲଚାଲ, ସରିଲା 3 ରଥର 35ଟି ତୁମ୍ବ ବୋଳା କାର୍ଯ୍ୟ

ପୁରୀ: ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା । କାରଣ ଆଗକୁ ଭଉଁରୀ ତିଥି ଅବସରରେ ତିନି ରଥ ପାଇଁ ଅଖ ସହ ୬ ଟି ଚକ ଡେରା ଯିବାର ବିଧି ରହିଛି। ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ଚକରୁ ଆରମ୍ଭ କରାଯାଇଥାଏ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ଆଜି ତୁମ୍ବ ଉପରେ ଶ୍ରୀଫଳ, ମାହାର୍ଦ୍ଦ ଥୋଇ ବିନ୍ଧ ଅନୁକୂଳ କରିଛନ୍ତି। ତେବେ ତିନି ରଥର ସମୁଦାୟ ୪୨ ଟି ଚକରେ ୧୬ ଯୋଡା ବିନ୍ଧ ଖୋଳାଯିବ। ଆଜି ସୁଦ୍ଧା ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ପ୍ରାୟ ୩୫ ଟି ତୁମ୍ବ ବୋଳା କାର୍ଯ୍ୟ ସରିଥିବା କହିଛନ୍ତି ମୁଖ୍ୟ ବିଶ୍ଵକର୍ମା ମହାରଣା। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.