ରଥଖଳା ହାଲଚାଲ: ତିନି ରଥର ଉଠିଲା ଚାରି ନାହାକା

By

Published : Jun 10, 2022, 3:29 PM IST

thumbnail

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥ, ପଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଦିନ କେଇଟା ଥିବାରୁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆଜି(ଶୁକ୍ରବାର) ତିନି ରଥର ଉଠିଲା ଚାରି ନାହାକା । ଭୁଇଁ ଲାଗିବା କାର୍ଯ୍ୟ ଆରମ୍ଭ ହେବ । ନିର୍ମାଣାଧୀନ ରଥରେ ଗରାଗରା ପକାଯାଇଛି । ଦଣ୍ଡାରେ କଣ୍ଟା ବସିବା ପରେ ତିନିରଥରେ ଦୁଇଟି ଲେଖାଏଁ ଗରାଗରା ପଡିଛି । ସେଥ‌ିରେ କଣ୍ଟା ବାଡାଯାଇ ପୋଲଗୟଳ ସଂଯୋଗ କରାଯାଇଛି । ଆଗ ଓ ପଛରେ ପଞ୍ଚ ମୁହାଣ୍ଟ ଲଗାଯାଇଛି । ତାଳଧ୍ଵଜ ଏବଂ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳ ଚଉପଟ ଶେଷ ହୋଇଛି । ଦେବଦଳନ ରଥର ୮ଟି ଗୟଳ ଚଉପଟ କରାଯାଇଛି । ଜଗତପୃଷ୍ଠ ଶେଣି ନିର୍ମାଣ ପାଇଁ ମହାରଣା ସେବକଙ୍କୁ ୨୦ଫୁଟିଆ ଅସନ ଓ ଧଉରା କାଠ ଯୋଗାଯାଇଛି । ସେଗୁଡିକ ଚଉପଟ କରାଯାଉଛି । ପୂର୍ବତଟ ରେଳପଥର କେତେକ ଯନ୍ତ୍ରୀ ରଥଗୁଡିକୁ ମାପଚୁପ କରିବା ସହ ଯାଞ୍ଚ କରିଛନ୍ତି । ରଥ ସିଂହାସନରେ ରୂପକାର ସେବକ ପଦ୍ମପାଖୁଡା ଏବଂ ଡାଳିଲତା ଖୋଦେଇ କରୁଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.