ରଥଖଳା ହାଲଚାଲ: ତିନିରଥରେ ଲାଗିଲା ଧ୍ଵଜବତା - ପୁରୀ ରଥଯାତ୍ରା ନ୍ୟୁଜ
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ଚଳିତ ବର୍ଷର ରଥଯାତ୍ରା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ବେଦୀ ସିଂହାସନ ଓ କନ୍ୟା ପଟା, ହଂସ ପଟା ଆଦି କାର୍ଯ୍ୟ ଚାଲୁ ରହଛି । ତିନିରଥରେ ଲାଗିଛି ଧ୍ଵଜବତା । ଦୁଆରିବେଢା ଉପର ଭାଗରେ ଚନ୍ଦ୍ରଶାଳି ଲଗାଯାଇଛି । ମଝି ଭୂଇଁରେ କଣ୍ଟା ବାଡିଆ ଯାଇଛି । ଦୁଆରବେଢା ସହ ନାଟଗୋଡ ଏବଂ ୧୪ ନାହାକାରେ ଦୁଆର ବାଣିଆ ଲଗାଯାଇଛି । ତିନିରଥ କୋଣରେ ମଣ୍ଡଣି ବତା ଏବଂ ବଡ଼ଫାଳିଆ ବତା ଲଗାଯାଇଛି । ରଥବେଦୀ ଚାରିପାର୍ଶ୍ବରେ ପଟାବାଡିଆ ଶେଷ ହୋଇଛି । ରଥରେ ପ୍ରଭା ସଂଯୋଗ ପାଇଁ ସିଂହାସନ ବେଦୀ ପଛ ପାର୍ଶ୍ଵରେ ଦୁଇଟି ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି । ରୂପକାର ସେବକ ରଥ ପ୍ରଭାରେ ଖୋଦେଇ କରୁଛନ୍ତି । ଚିତ୍ରକାରଙ୍କ ଦ୍ବାରା ଗୁଜ ସମେତ ପାର୍ଶ୍ଵ ଦେବଦେବୀ ଓ ହଂସପଟାରେ ରଙ୍ଗ କରାଯାଉଛି । ଦରଜି ସେବକ ରଥକନା ସିଲେଇ କରିବା ସହ କନକମୁଣ୍ଡି ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ଧୂଳିଦଣ୍ଡା କଣ୍ଟା, ଧ୍ଵଜାବତା କଣ୍ଟା, ସିଂହାସନ କଣ୍ଟା, ଶୁଆକଣ୍ଟା ଏବଂ ବାଗିଆ କଣ୍ଟା ପ୍ରସ୍ତୁତ କରାଯାଉଛି ।
ଇଟିଭି ଭାରତ, ପୁରୀ