ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ସ୍କୁଲରୁ ମାର୍କେଟ ସବୁଠି ଖୁସିର ମାହୋଲ - ବିଜେପିର ବିଜୟ ସେଲିବ୍ରେସନ
🎬 Watch Now: Feature Video
ଭୁବନେଶ୍ବର: ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ତଥା ରାଇରଙ୍ଗପୁର ବାସିନ୍ଦା ଦ୍ରୋପଦୀ ମୁର୍ମୁ । ଗତ ଗୁରୁବାର ଠାରୁ ଆଜି ଯାଏଁ ସବୁଠୁ ଆନନ୍ଦ ଉତ୍ସବର ମାହୋଲ । ୟୁନିଟ ୧ ମାର୍କେଟ ବିଲଡିଂରେ ବିଜୟ ଉତ୍ସବ ପାଳିଛି ବିଜେପି । ଏଠାରେ ଥିବା ଦୋକାନ ସହ ଗ୍ରାହକ ମାନଙ୍କୁ ମିଠା ଖୁଆଇ ବିଜେପିର ଯୁବ କର୍ମୀ ଓଡିଆ ଝିଅଙ୍କ ବିଜୟର ପର୍ବ ପାଳିଥିଲେ । ଭୁବନେଶ୍ୱର ୟୁନିଟ୍୩ ସ୍ଥିତ ଠାକର ବାବା ବାଳକ ହଷ୍ଟେଲରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଆଦିବାସୀ ଜନଜାତି ଛାତ୍ରଙ୍କ ଗହଣରେ ମିଠା ଖୁଆଇ ଉତ୍ସବ ମନାଇଥିଲେ ବିଜେପି ନେତା ଓ କର୍ମୀ ।