Russia-Ukraine War: ଯୁଦ୍ଧ ବନ୍ଦ ପାଇଁ ଜଳଯୋଗ

🎬 Watch Now: Feature Video

thumbnail

By

Published : Apr 14, 2022, 2:59 PM IST

ଖୋର୍ଦ୍ଧା: ଦିନକୁ ଦିନ ଭୟଙ୍କର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ଦୀର୍ଘ 49ଦିନ ଧରି ଏହି ଯୁଦ୍ଧ ଚାଲିଥିବା ବେଳେ ଉଭୟ ଦେଶର ହଜାର ହଜାର ସେନା ଓ ୟୁକ୍ରେନରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଛି । ତା ସତ୍ତ୍ବେ ଯୁଦ୍ଧ ଥମିବା ପରିବର୍ତ୍ତେ ଅଧିକ ଭୟାନକ ହେଉଛି । ଫଳରେ ଏହାର ପ୍ରଭାବ ପଡୋଶୀ ଦେଶ ମାନଙ୍କରେ ପଡୁଛି । ଏହି ଯୁଦ୍ଧକୁ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ବଘମାରିର ପଥର ଶିଳ୍ପୀ କଳ୍ପତରୁ ପଣ୍ଡା ଜଳଯୋଗ ମାଧ୍ୟମରେ ନିବେଦନ କରିଛନ୍ତି । ଉଭୟ ଦେଶର ଜାତୀୟ ପତାକା ଧରି ଜଳଯୋଗ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ସହ ମାନବ ସମାଜକୁ ଧ୍ବଂସ ମୁଖରୁ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସ୍ଥାନୀୟ ହଂସ ପୋଖରୀରେ ଜଳଯୋଗ କରି ବିଶ୍ବ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି ଶିଳ୍ପୀ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.