ETV Bharat / state

ବିଧାୟକଙ୍କ ଦରମା ଏବଂ ପେନସନ ବୃଦ୍ଧି ଦାବି; ନୂଆ କମିଟି ଗଠନ କଲେ ବାଚସ୍ପତି - ODISHA MLAS DEMAND SALARY HIKE

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଯାହାକୁ ନେଇ ନୂତନ କମିଟି ଗଠନ କଲେ ବାଚସ୍ପତି ସୁରମା ପାଢ଼ୀ ।

ODISHA MLAS DEMAND SALARY HIKE
ODISHA MLAS DEMAND SALARY HIKE (ETV Bharat Odisha)
author img

By ETV Bharat Odisha Team

Published : Dec 3, 2024, 10:59 PM IST

ଭୁବନେଶ୍ବର: ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି କରିବା ପାଇଁ ଉଠିଲା ଦାବି । ନୂଆ କମିଟି ଗଠନ କଲେ ବାଚସ୍ପତି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ନୂଆ କମିଟି ଗଠନ କଲେ ବାଚସ୍ପତି ସୁରମା ପାଢ଼ୀ । ଏଥିରେ ଅଧ୍ୟକ୍ଷ ରହିବେ ବିଧାୟକ ଭାସ୍କର ମଢେଇ ରହିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ,ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଛନ୍ତି ।

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଦାବି:

ସକାଳ ସମୟରେ ଶୂନ୍ୟକାଳରେ ଗୃହରେ ଏନେଇ ଆଲୋଚନା ହୋଇଥିଲା । ବିଧାୟକ ମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କର ପେନସନ ବୃଦ୍ଧି ପାଇଁ ଉଠିଲା ଦାବି ।ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ,"ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ ।ତେବେ ବର୍ତ୍ତମାନର ବିଧାୟକମାନଙ୍କ ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ଓଡ଼ିଶାରେ ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଦେଶରେ 27 ନମ୍ବର ସ୍ଥାନରେ ଅଛି । ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ବିଧାୟକ ମାନଙ୍କ ଦରମା 2 ଲକ୍ଷ 50 ହାଜର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ 70 ହାଜର କରାଯାଉ । ସେହିପରି ବିଧାୟକ ଉନ୍ନୟନ ପାଣ୍ଠି 3 କୋଟି ଟଙ୍କା ଦିଆଯାଉଛି । କିନ୍ତୁ 3 କୋଟି ଟଙ୍କା ଯଥେଷ୍ଟ ନୁହେଁ, ଏହାକୁ 5 କୋଟି ଟଙ୍କା କରାଯାଉ ।"

ODISHA MLAS DEMAND SALARY HIKE (ETV Bharat Odisha)

ସେହିପରି ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ମଧ୍ୟ ଦାବି କଲେ । ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ଏହି ଦାବି ଗୁଡ଼ିକୁ ସମର୍ଥନ କଲେ । ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଥିଲେ ଭାସ୍କର ।

ଏହା ମଧ୍ୟ ପଢନ୍ତୁ ...ଗୃହରେ ଦାଦନ ଝଡ଼: 10 ବର୍ଷରେ ପ୍ରାଣ ହରାଇଲେଣି 4ଶହରୁ ଅଧିକ ଦାଦନ ଶ୍ରମିକ

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର

ଏହା ମଧ୍ୟ ପଢନ୍ତୁ ...‘DG-IG ସମ୍ମିଳନୀ ଆୟୋଜନରେ ଆମେ ସଫଳ, ଫୋନ କରି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି’

'ବିଧାୟକମାନଙ୍କର ହୃଦୟ ନିର୍ମଳ, ପ୍ୟାକେଟ ଖାଲି':

ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ," ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ । ଅବସର ପରେ ବି କୋଠା ଘରେ ରହୁଛନ୍ତି । କିନ୍ତୁ ବିଧାୟକ ମାନଙ୍କର ହୃଦୟ ନିର୍ମଳ, ପ୍ୟାକେଟ ଖାଲି । ନିର୍ବାଚନ ମଣ୍ଡଳୀରେ ଲୋକ ମାନେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ବିଧାୟକ ମାନଙ୍କୁ ଦାବି ଜଣାଉଛନ୍ତି । ତେଣୁ ବିଧାୟକ ପାଣ୍ଠି ବୃଦ୍ଧି କରି 5 କୋଟି କରାଯାଉ । ସେହିପରି ସାମ୍ବାଦିକ ମାନଙ୍କ ସ୍ବାସ୍ଥ୍ୟବୀମା ମଧ୍ୟ 20 ଲକ୍ଷକୁ ବୃଦ୍ଧି କରାଯାଉ ।

ଏମିତି କହିଲେ ବାଚସ୍ପତି:

ସେପଟେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ," ବିଧାୟକମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଲା । ତେଣୁ ବିଧାୟକମାନଙ୍କ ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ଓ ବିଧାୟକ ପାଣ୍ଠି ବୃଦ୍ଧି ଦାବି ଆବଶ୍ୟକତା ଅଛି । ତେଣୁ ନିଶ୍ଚିତ ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.