ETV Bharat / state

‘DG-IG ସମ୍ମିଳନୀ ଆୟୋଜନରେ ଆମେ ସଫଳ, ଫୋନ କରି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି’

ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ଫୋନ କରିଥିଲେ । ସଫଳ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ । ଆଗକୁ ଆହୁରି ଏକାଧିକ ଜାତୀୟ କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

DG-IG ସମ୍ମିଳନୀର ସଫଳ ଆୟୋଜନ ପାଇଁ ଫୋନ କରି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି: ମୁଖ୍ୟମନ୍ତ୍ରୀ
DG-IG ସମ୍ମିଳନୀର ସଫଳ ଆୟୋଜନ ପାଇଁ ଫୋନ କରି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି: ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : 15 hours ago

Updated : 15 hours ago

ଭୁବନେଶ୍ବର: ନୂଆ ସରକାର ପାଇଁ ପରୀକ୍ଷା ଥିଲା । ଭଲ ନମ୍ବର ନୁହେଁ, ପାସ ହେବାର ଆବଶ୍ୟକତା ଥିଲା । ଯାହା କି ଆମେ କରି ଦେଖାଇଲୁ । ଆମ ରାଜ୍ୟରେ କେବେ ପୋଲିସ DG-IG ସମ୍ମିଳନୀ ହୋଇନଥିଲା । କିନ୍ତୁ ଆମକୁ ସୁଯୋଗ ମିଳିଲା, ଏବଂ ଆମେ ସୁଚାରୁରୂପେ ତାହା ତୁଲାଇଲୁ ମଧ୍ୟ । ଏଥିପାଇଁ ତିନିଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ନିଜେ ପ୍ରଧାନମନ୍ତ୍ରୀ ଫୋନ କରି ଧନ୍ୟବାଦ ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଏକ ଦୀର୍ଘ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ଆୟୋଜନର ସମସ୍ତ ଦିଗ ସହ ଆଗକୁ ଓଡିଶାରେ ହେବାକୁ ଯାଉଥିବା ଏକାଧିକ ଜାତୀୟ କାର୍ଯ୍ୟକ୍ରମର ସଫଳ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

  • ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ଫୋନ କରିଥିଲେ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତିନିଦିନ ଓଡିଶାରେ ରହିବା ଆମ ପାଇଁ ବେଶ ଶକ୍ତି ଯୋଗାଇଛି । ଯାହାପାଇଁ ଆମ ରାଜ୍ୟର ସୁରକ୍ଷାକୁ ବୃଦ୍ଧି ଦିଗରେ ବଳ ଯୋଗାଇଛି । ଭୁବନେଶ୍ବରରୁ ଦିଲ୍ଲୀ ଗଲା ପରେ ପ୍ରଧାନମନ୍ତ୍ରୀ ମୋ ସହ କଥା ହୋଇଥିଲେ । କେମିତି ସବୁ ବ୍ୟବସ୍ଥା ହୋଇଥିଲା, ସେ ସମ୍ପର୍କରେ ପଚାରିଥିଲେ । ମୁଁ ମଧ୍ୟ ପଚାରିଥିଲି, ଆପଣଙ୍କୁ ଆୟୋଜନ କେମିତି ଲାଗିଲା । କାର୍ଯ୍ୟକ୍ରମକୁ ନେଇ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ । ପାଖାପାଖି 10 ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ତାଙ୍କ ସହ ମୋର ଆଲୋଚନା ହୋଇଥିଲା । ଗୋଟେ ପରୀକ୍ଷାରେ ସଫଳ ହୋଇଛୁ । ଆଗକୁ ଆଉ ଏକ ପରୀକ୍ଷା ରହିଛି । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସୁଚାରୁରୂପେ ତୁଲାଇବା ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା । ଓଡିଆ ଅସ୍ମିତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଆମର ଦାୟିତ୍ବ । ଆମର ଉତ୍ସବଗୁଡ଼ିକୁ କିପରି ଗୋଟିଏ ସମୟରେ କରି ବିଶ୍ୱରେ ପହଞ୍ଚାଇବା ତାହା ପାଇଁ ଆମର ଏକତ୍ରିତ ହୋଇ କାର୍ଯ୍ୟ କରିବା । ଅନ୍ତର୍ଜାତୀୟ ଅତିଥିଙ୍କ ପ୍ରାୟ 7 ହଜାର ଘରର ଆବଶ୍ୟକ ରହିଛି । ତେଣୁ ସେଥିପାଇଁ ସରକାର ବି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।’’

DG-IG ସମ୍ମିଳନୀର ସଫଳ ଆୟୋଜନ ପାଇଁ ଫୋନ କରି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି: ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ପ୍ରତ୍ୟେକ କାର୍ଯ୍ୟରେ ଜନ ଭାଗିଦାରୀ ଆବଶ୍ୟକ : ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ:- DG ସମ୍ମିଳନୀ, ଓଡ଼ିଶାରେ 3 ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବରରେ ପ୍ରଥମ ଥର DG-IG ସମ୍ମିଳନୀ, ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ?

ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପ୍ରସ୍ତୁତ ହେବ ପୌର ନିର୍ବାଚନ ରଣନୀତି

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ପ୍ରତ୍ୟେକ କମକୁ ଆପଣମାନେ ଭାଗିଦାରୀ ନେଇ ସଫଳ କରିବା । ଶିଳ୍ପ ପାଇଁ ବି ଆମେ ସମ୍ପୂର୍ଣ ପ୍ରସ୍ତୁତ ହେବା । ‘ଉତ୍କର୍ଷ ଓଡ଼ିଶା-ମେକିନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିରେ ବଡ଼ ବଡ଼ ଉଦ୍ୟୋଗୀ ଯୋଗଦେବେ । ଆମ ପାଖରେ ଭରପୁର ପ୍ରାକୃତିକ ସମ୍ପଦ ଭରି ରହିଛି । ଆଗାମୀ ତିରିଶ ଦିନ ଭିତରେ ଓଡ଼ିଶାକୁ ଆହୁରି ତିନିଥର ପ୍ରଧାନମନ୍ତ୍ରୀ ଆସିବେ । ତେଣୁ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ପାଇଁ ଲକ୍ଷ ନେଇ ଆଗେଇ ଯିବା ।’’

ସୂଚନା ଥାଉ କି ଗତମାସ (ନଭେମ୍ବର) 29 ତାରିଖରୁ ଚଳିତମାସ (ଡିସେମ୍ବର)ପହିଲା ପର୍ଯ୍ୟନ୍ତ 3 ଦିନ ଭୁବନେଶ୍ୱରରେ ସର୍ବଭାରତୀୟ ପୋଲିସ ମହାନିର୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜିତ ହୋଇଥିଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ପ୍ରମୁଖଙ୍କ ଉପସ୍ଥିତରେ ବୈଠକ ହୋଇଥିଲା । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟର ପୋଲିସ ମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ପୋଲିସର ଭୂମିକା, ଭାବମୂର୍ତ୍ତି, କାର୍ଯ୍ୟଶୈଳୀ, ତଟରକ୍ଷା ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ପୋଲିସିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କାର୍ଯ୍ୟକ୍ରମରେ ଉଦଯାପନୀ ସମ୍ବୋଧନ ରଖିଥିଲେ । ବିଭାଗ ରେ ସ୍ବଚ୍ଛତା ବଜାୟ ରଖି ଲୋକଙ୍କ ନିକଟତର ହେବା ସହ ଉତ୍ତମ ସେବା ଯୋଗାଇବା ଉପରେ ସମ୍ବୋଧନରେ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 15 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.