ETV Bharat / state

ବର୍ଡର ସିଲ କରିଛନ୍ତି ପଶ୍ଚିମବଙ୍ଗ ସରକାର: କେମିତି ଓଡିଶାରେ ପହଞ୍ଚୁଛି ଆଳୁ ଟ୍ରକ, କହିଲେ ବଙ୍ଗୀୟ ଡ୍ରାଇଭର - ODISHA POTATOES CRISIS

ରଜ୍ୟରେ ଉତ୍କଟ ରୂପ ନେଉଛି ଆଳୁ ସମସ୍ୟା ,ବଢୁଛି ଅସାଧୁ ବ୍ୟବସାୟ । ସେପଟେ ପଶ୍ଚିମବଙ୍ଗ ବର୍ଡର ସିଲ ହୋଇଥିବା ଯୋଗୁଁ ଆଳୁ ଟ୍ରକ ଆସୁନଥିବା କହିଛନ୍ତି ଟ୍ରକ ଚାଳକ ।

ODISHA POTATOES CRISIS
ODISHA POTATOES CRISIS (ETV Bharat Odisha)
author img

By ETV Bharat Odisha Team

Published : Dec 3, 2024, 10:14 PM IST

କଟକ: ରଜ୍ୟରେ ଚିନ୍ତା ବଢାଉଛି ଆଳୁ । ପଶ୍ଚିମବଙ୍ଗ ବର୍ଡର ସିଲ ପରେ ଓଡିଶାକୁ ଆସୁଛି କାଁଭାଁ ଆଳୁ ଗାଡି । କିନ୍ତୁ ସୀମା ପାର ହୋଇ ଗଳାବାଟ ଦେଇ ଟ୍ରକଗୁଡିକ କିପରି ଆସୁଛି ସେନେଇ କ୍ୟାମେରା ଆଗରେ ବଖାଣିଛନ୍ତି ଟ୍ରକ ଡ୍ରାଇଭର । ବେଙ୍ଗଲ ରାସ୍ତାରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ,ଧର୍ମଘଟ ବି ଚାଲିଛି । ଏହାରି ଭିତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଗଳାବାଟ ଦେଇ ସୀମାପାର ହୋଇ କଟକରେ ପହଞ୍ଚିଛି ଆଳୁ ଗାଡ଼ି ।

  • ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢାଉ:

ଆଳୁ ଦରକୁ ନେଇ ଚିନ୍ତା ବଳ ବଳବତ୍ତର ରହିଛି । ଯୋଗାଣ ବିଭାଗର ଚଢ଼ାଉ ପରେ ସମାନ୍ୟ ହ୍ରାସ ପାଇଛି । ଆଜି କଟକର ଛତ୍ର ବଜାରରେ ଆସି ପହଞ୍ଚିଛି ୬ଟି ଆଳୁ ଗାଡ଼ି । ଯାହା ମଧ୍ୟରେ ରହିଛି ୪ଟି ପଶ୍ଚିମ ବଙ୍ଗ ଓ ୨ଟି ଉତ୍ତର ପ୍ରଦେଶ ଆଳୁ ଗାଡ଼ି । ଦର ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ବ୍ୟବସାୟୀଙ୍କ ଦୋକାନ ଓ ଗୋଦାମରେ ଚଢାଉ କରାଯାଇଛି । ସରକାରୀ ତାଗିଦ୍ ଓ ଯୋଗାଣ ବିଭାଗର ଚଢାଉ ସତ୍ତ୍ବେ ଆଜି ବି ତିନି କିଲୋ ଆଳୁକୁ ୧୩୦ ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି । ତେବେ ଦୀର୍ଘ ଏକ ସପ୍ତାହ ଧରି ପରିବା ବଜାରରେ ଆଳୁ ଦର ଉଚ୍ଚା ରହିଛି ।

ODISHA POTATOES CRISIS (ETV Bharat Odisha)
  • ଗଳାବାଟ ଦେଇ ଆସୁଛୁ, ଧରା ପଡିଲେ ଫସିବୁ : ବଙ୍ଗୀୟ ଟ୍ରକ ଡ୍ରାଇଭର

ଏନେଇ ବଙ୍ଗୀୟ ଟ୍ରକ ଡ୍ରାଇଭର କହିଛନ୍ତି,"ବିଭିନ୍ନ ଗଳା ବାଟ ଦେଇ ଓଡ଼ିଶା ଆସିବାକୁ ପଡୁଛି । ହେଲେ ଜଣାନାହିଁ ଆମ କେତେବେଳେ ଦଣ୍ଡିତ ହେବୁ । ପରିବାର ପୋଷଣ ପାଇଁ ଏଭଳି କରିବାକୁ ପଡୁଛି । ଓଡିଶାରେ ବଙ୍ଗଲ ଆଳୁ ପହଞ୍ଚିବା ପାଇଁ ଗୋଟିଏ ଦିନ ଲାଗେ ହେଲେ ବର୍ତ୍ତମାନ ୨ଦିନରୁ ଅଧିକ ସମୟ ଲାଗୁଛି । କିଏ ଜଣେ ଆସନ୍ତାକାଲି ଗାଡି ଫେରିବ କି ନାହିଁ କିନ୍ତୁ ପରିବାର ପୋଷଣ କରିବା ପାଇଁ ଏଭଳି ଢ଼ଙ୍ଗରେ ଗାଡି ନେଇକି ଆସିବାକୁ ପଡୁଛି ।"

ଏହା ମଧ୍ୟ ପଢନ୍ତୁ ...କିଲୋ 40 ଟଙ୍କାରୁ ଅଧିକରେ ବିକ୍ରି କରିପାରିବେନି ଆଳୁ, ରାଜଧାନୀର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ

ଏହା ମଧ୍ୟ ପଢନ୍ତୁ ...ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ଏହା ମଧ୍ୟ ପଢନ୍ତୁ ...ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

'ଧିରେ ଧିରେ ନିୟନ୍ତ୍ରଣକୁ ଆସିବ':

ଏନେଇ କଟକ ଛାତ୍ର ବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି," ଆଜି ଛତ୍ର ବଜାର ଗୋଦାମରେ ୬ଟି ଆଳୁ ବୋଝେଇ ଟ୍ରକ ଆସି ପହଞ୍ଚିଛି । ଯାହା ମଧ୍ୟରେ ରହିଛି ୪ଟି ପଶ୍ଚିମବଙ୍ଗର ଓ ଦୁଇଟି ଉତ୍ତର ପ୍ରଦେଶର ଆଳୁ ବୋଝେଇ ଟ୍ରକ । ଗତକାଲି ୫ଟି ଟ୍ରକ୍ ଆସିଥିବା ବେଳେ ଆଜି ଆଉ ଗୋଟିଏ ଅଧିକ ଟ୍ରକ୍ ଆସି ପହଞ୍ଚିଛି । ବର୍ତ୍ତମାନ ୟୁପିରୁ ଆସୁଥିବା ଆଳୁ କୁଇଣ୍ଟାଲ ପିଛା ୩୪୦୦ ଟଙ୍କା ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ୩୬୦୦ ଟଙ୍କାରେ ଗୋଦାମରେ ବିକ୍ରି କରଯାଉଛି । ତଥାପି ଖୁଚୁରାରେ ଆଳୁ ତିନି କେଜିକୁ ୧୩୦ ଟଙ୍କା ଓ କେଜି ପିଛା ୪୦ ରୁ ୪୩ ଟଙ୍କାରେ ବିକ୍ରି ହେଉଛି । ତେବେ ଧିରେ ଧିରେ ଆଳୁର ଦର ନିୟନ୍ତ୍ରଣକୁ ଆସିବ । ସେହିଭଳି ନୂଆ ଫସଲ ଖୁବ ଶୀଘ୍ର ଆସିବାକୁ ଥିବା ଯୋଗୁଁ ଏହି ଆଳୁ ଦର ବୃଦ୍ଧି ବେଶୀ ଦିନ ରହିବା ନାହିଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.