thumbnail

By

Published : Jun 12, 2022, 11:24 AM IST

ETV Bharat / Videos

ଛାତିଥରା ଦୃଶ୍ୟ ! ଶିଶୁ ଉପରେ ଚଢ଼ିଗଲା କାର

ଚଣ୍ଡିଗଡ଼: ଦେଢ ବର୍ଷର ଶିଶୁ ଉପରେ ଚଢ଼ିଗଲା କାର । ଲୁଧିଆନାର ଶହୀଦ କରନେଲ ସିଂ ନଗରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଜଣେ ଦେଢ ବର୍ଷର ଝିଅ ବଡ଼ ଭଉଣୀ ସହ ଦୋକାନ ଯାଉଥିଲା । ରାସ୍ତାରେ ପଡ଼ିଯିବାରୁ ବଡ଼ ଭଉଣୀ ତାକୁ ଉଠାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ଠିଆହୋଇଥିବା ଏକ କାର ଶିଶୁ ଉପରେ ଚଢ଼ାଇ ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ଗାଡ଼ି ଚାଳକର ଅବହେଳା ଯୋଗୁଁ ଗୋଟିଏ ନିରୀହ ଶିଶୁ ପ୍ରାଣ ହରାଇଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣାର ସେହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.