Watch Video: କାର୍ରେ ନୁହେଁ, ବଳଦଗାଡି଼ରେ ବିବାହସ୍ଥଳରେ ପହଞ୍ଚିଲେ ବରକନ୍ୟା
🎬 Watch Now: Feature Video
ମୁମ୍ବାଇ: ସମୟ ବଦଳିବା ସହିତ ଆଜିର ଯୁବପିଢି ନୂଆ ନୂଆ ପରମ୍ପରା ମଧ୍ୟ ଆପଣାଉଛନ୍ତି । ବ୍ୟୟବହୁଳ ବିବାହ ଉତ୍ସବ ସାଙ୍ଗକୁ ପୁରାତନ ପରମ୍ପରା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ନାଶିକ ଅଞ୍ଚଳରୁ ଆସିଛି ଏକ ଭିନ୍ନ ଦୃଶ୍ୟ । ଯେଉଁଠି ସୁସଜ୍ଜିତ ହୋଇଥିବା ଦାମି ଗାଡ଼ି ପରିବର୍ତ୍ତେ ବଳଦ ଗାଡ଼ିରେ ବସି ବିବାହ ମଣ୍ଡପରେ ପହଞ୍ଚିଛନ୍ତି ଉଭୟ ବରକନ୍ୟା । ସେମାନେ ବଳଦ ଗାଡି଼ରେ ପ୍ରାୟ ୧୨ କିମି ଯାତ୍ରା କରି ନାଶିକରୁ ଶୀର୍ଶାଗାଓଁରେ ଥିବା ୱେଡିଂ ଭେନ୍ୟୁରେ ପହଞ୍ଚିଛନ୍ତି । ଗତକାଲି(ବୁଧବାର) ଏଭଳି ଏକ ବିବାହ ଉତ୍ସବ ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ