ଲୁଣା ନଦୀରେ ଘଳିଆ, ବନ୍ଧ ସୁରକ୍ଷା ଲାଗି ଉଜାଗର ଗାଁ ଲୋକେ - ନଦୀ ବନ୍ଧ ଜଗିଛନ୍ତି ଗାଁ ଲୋକେ

🎬 Watch Now: Feature Video

thumbnail

By

Published : Aug 18, 2022, 9:37 AM IST

କେନ୍ଦ୍ରାପଡା: ମହାନଦୀରୁ ବନ୍ୟାଜଳ ଆସିବା ଯୋଗୁଁ କେନ୍ଦ୍ରାପଡାରେ ପ୍ରବାହିତ ଏହାର ଶାଖା ଲୁଣା ନଦୀ ଫୁଲିଛି । ଲୁଣା ନଦୀରୁ ପାଣି ଆସି ନଦୀକୂଳିଆ ଗାଁଗୁଡିକୁ ପ୍ରଭାବିତ କରିଛି । ଏପରିକି ବୁଧବାର ପୂର୍ବାହ୍ନରେ କେନ୍ଦ୍ରାପଡା ବ୍ଲକ ବଗଡା ଗାଁ ନିକଟ ଦୁଧିଆମୁହଁ ଠାରେ ଏକ ଘଳିଆ ସୃଷ୍ଟି ହୋଇଛି । ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଜଳସେଚନ ବିଭାଗ ଅଧିକାରୀଙ୍କ ସହଯୋଗରେ ବାଲି ବସ୍ତା ପକାଇ ବଲହା ଦେଇ ପାଣିକୁ ରୋକିଛନ୍ତି । ଏହାସହିତ କେହି ବାହାର ଗାଁର ଲୋକେ ଘଳିଆ ସ୍ଥାନରେ ଯେପରି କୌଣସି ଅଘଟଣ ନ ଘଟାନ୍ତି କିମ୍ବା କୌଣସି ମୋଟର ସାଇକେଲ ଉକ୍ତ ସ୍ଥାନକୁ ଯାଇ ବିପଦ ସୃଷ୍ଟି ନ କରନ୍ତି ସେଥିପାଇଁ ଗାଁର ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ରାତିସାରା ଉଜାଗର ରହି ବନ୍ଧକୁ ସୁରକ୍ଷା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେମାନେ ଘଳିଆ ସ୍ଥାନରେ ତମ୍ବୁ ଟାଣି ରହିବା ସହ ବନ୍ଧ ଉପରେ ପାଟ୍ରୋଲିଂ କରୁଥିବା ଦେଖାଯାଇଛି । ତେବେ ରାତି ଉଜାଗର ରହି ବନ୍ଧକୁ ସୁରକ୍ଷା ଦେଉଥିବା ଗ୍ରାମବାସୀଙ୍କ କ'ଣ ରହିଛି ପ୍ରତିକ୍ରିୟା ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.