୪ଦିନ ପରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ, ଆଜି ଆଡ଼ପ ବିଜେ

By

Published : Jul 4, 2022, 5:26 PM IST

thumbnail
କେନ୍ଦ୍ରାପଡ଼ା: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ । ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ରଥ ଅଟକି ରହିଥିବାରୁ ଶ୍ରଦ୍ଧାଳୁ ମାନେ ନିରାଶ ହୋଇଥିଲେ । ତେବେ ଆଜି ସକାଳୁ ପ୍ରଭୁଙ୍କ ନିକଟରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଦିନ ୧୧ଟା ସମୟରେ ପୋଲିସ ପ୍ରଶାସନ ଓ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ନିକଟକୁ ରଥକୁ ଟାଣି ଆଣିଛନ୍ତି । ରଥ ଟାଣିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା । ଆଜି ସଂଧ୍ୟାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.