Booster Dose: ବ୍ରହ୍ମପୁରର ୮ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ଆରମ୍ଭ - ଓଡ଼ିଶାରେ ବୁଷ୍ଟର ଡୋଜ ଟୀକାକରଣ
🎬 Watch Now: Feature Video
ବ୍ରହ୍ମପୁର: ଗଞ୍ଜାମର ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ବୁଷ୍ଟର ଡୋଜ ପ୍ରଦାନ । ଦେଶ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଥରେ ମାଗଣାରେ ୧୮ ରୁ ୫୯ ବର୍ଷୀୟଙ୍କ ପାଇଁ କୋଭିଡ଼ର ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ୧୦ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏଭଳି ସହରବାସୀଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ସହରର ବୈକୁଣ୍ଠ ନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ରହ୍ମପୁର ମେୟର କେ. ମାଧବୀ, ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ସ୍ଥାନୀୟ କର୍ପୋରେଟର ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଟୀକାକରଣ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ୨ଟି ଡୋଜ ଟିକା ନେଇଥିବା ବ୍ୟକ୍ତି ବୁଷ୍ଟର ଡୋଜ ନେବା ସହ କୋଭିଡ଼ ନିୟମ ପାଳନ କରିବାକୁ ଆହ୍ବାନ କରାଯାଇଛି । ଏହି ଅବସରରେ ସହରର ବୈକୁଣ୍ଠ ନଗର ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ପରିସରରୁ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।