କଟକରୁ ଦଣ୍ଡ ପ୍ରଣାମ କରି ଲୋକନାଥରେ ପାଣି ଢାଳିଲେ ବୋଲବମ ଭକ୍ତ

By

Published : Jul 25, 2022, 7:21 AM IST

thumbnail
ପୁରୀ: ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ବୋଲବମ୍ ଭକ୍ତ । କୋରୋନା ମହାମାରୀର ବିନାଶ ପାଇଁ ଦଣ୍ଡ ପ୍ରଣାମ କରି କଟକରୁ ବୋଲବମ୍ ଭକ୍ତ ରବିନ୍ଦ୍ର ସିଂ ଓ ତାଙ୍କ ସାଥୀ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ଆସିଛନ୍ତି । ରବିନ୍ଦ୍ର ତାଙ୍କର ୬ ଜଣ ସହଯୋଗୀଙ୍କ ସହ ଚନ୍ଦନପୁର ଠାରୁ ଦଣ୍ଡ ପ୍ରଣାମ କରି ପୁରୀ ଆସିଥିବା ଦେଖିବାକୁ ମିଳିଛି । ଗତ ୭ ବର୍ଷ ଧରି ସେ ଦଣ୍ଡ ପ୍ରଣାମ କରି ଲୋକନାଥଙ୍କ ପାଖକୁ ଆସୁଥିବା ବେଳେ କୋରୋନା ମହାମାରୀ ଯୋଗୁଁ ଦୁଇବର୍ଷ ଆସି ପାରିନଥିଲେ । ତେବେ ରାଜ୍ୟବାସୀଙ୍କ ସୁସ୍ଥତା ଏବଂ ସଂସାରର ମଙ୍ଗଳ କାମନା କରି ପ୍ରତିବର୍ଷ ପ୍ରଭୁ ଲୋକନାଥଙ୍କ ପାଖରେ ପାଣି ଢାଳିବାକୁ ଆସୁଥିବା ରବିନ୍ଦ୍ର କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.