ଶ୍ରାବଣ ମାସର ଦ୍ବିତୀୟ ସୋମବାର, ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ
🎬 Watch Now: Feature Video
ପୁରୀ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଚଳଚଞ୍ଚଳ ପ୍ରଭୁ ଲୋକନାଥଙ୍କ ପୀଠ । ଏହି ଅବସରରେ ଭଗବାନଙ୍କ ନିକଟରେ ଜଳାଭିଷେକ କରିଛନ୍ତି ହଜାର ହଜାର କାଉଡିଆ । ଗତକାଲି ରାତି ୧୨ଟାରେ ଦ୍ୱାର ଫିଟା ନୀତି ସରିବା ପରେ ଲୋକନାଥଙ୍କ ନିକଟରେ ଜଳଲାଗି କରିଥିଲେ କାଉଡିଆ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।