ଡେଙ୍ଗୁ ଡ୍ରାଇ ଡ୍ରେରେ ସାମିଲ ପାଇଁ ରାଜଧାନୀବାସୀଙ୍କୁ କମିଶନରଙ୍କ ଆହ୍ୱାନ - BMC କମିଶନରଙ୍କୁ ଡେଙ୍ଗୁ ଡ୍ରାଇ ଡ୍ରେରେ ସାମିଲ ହେବା ପାଇଁ ଆହ୍ୱାନ
🎬 Watch Now: Feature Video
ଭୁବନେଶ୍ବର: ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇ ଦିନ ପାଳନ ହେବ ‘ଡ୍ରାଇ ଡେ’ । ଡ୍ରାଇ ଡେର ଅର୍ଥ ଘରେ କିମ୍ବା ଅଫିସରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡିକୁ ସଫା କରିବା । ତେଣୁ, ଗୁରୁବାର ଓ ରବିବାର ପାଳନ କରାଯିବ ଏହି ଡ୍ରାଇ ଡେ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଇ ଡେ ପାଳନ କରିବାକୁ ଅନୁରୋଧ କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ ।