ଶ୍ରାବଣ ସୋମବାର: ମହାଦେବଙ୍କୁ ଜଳଲାଗି କଲେ ଦୃଷ୍ଟିହୀନ ଭକ୍ତ

By

Published : Jul 25, 2022, 12:39 PM IST

thumbnail
ବ୍ରହ୍ମପୁର: ଶ୍ରାବଣ ମାସର ଦ୍ବିତୀୟ ସୋମବାର ଅବସରରେ ମହାଦେବଙ୍କ ପୀଠରେ ଜଳଲାଗି କରିଛନ୍ତି ଦୃଷ୍ଟିହୀନ କାଉଡିଆ ଭକ୍ତ। ବ୍ରହ୍ମପୁର ସହରର ୧୦ ଜଣ ଦୃଷ୍ଟିହୀନ ଯୁବତୀଙ୍କ ସମେତ ୩୦ ଜଣ ଯୁବକ ଲାଠୀ ନିକଟରେ ଜଳ ଉଠାଇ ପାଦରେ ଚାଲି ଚାଲି ପ୍ରଭୁ ଶିବଙ୍କ ନିକଟରେ ଜଳଲାଗି କରିଛନ୍ତି । ଗତ ଦୁଇ ବର୍ଷ ଧରି କୋଭିଡ ପାଇଁ ଅନୁମତି ମିଳିନଥିବାବେଳେ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଦୃଷ୍ଟିହୀନଙ୍କୁ ପ୍ରଭୁଙ୍କ ଦର୍ଶନ କରିବାରେ ସହଯୋଗ ମିଳିଛି । ବିଶ୍ବରୁ କୋଭିଡ ମୁକ୍ତ ଏବଂ ସମାଜର ମଙ୍ଗଳ କାମନା କରି ପ୍ରଭୁଙ୍କ ଜଳାଭିଷେକ କରିବେ ବୋଲି କହିଛନ୍ତି ଦୃଷ୍ଟିହୀନ ଭକ୍ତ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.