ବନ୍ୟାଞ୍ଚଳ ପରିଦର୍ଶନ କଲେ ମନମୋହନ ସାମଲ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ - କେନ୍ଦ୍ରାପଡ଼ାରେ ବନ୍ୟା
🎬 Watch Now: Feature Video
କେନ୍ଦ୍ରାପଡ଼ା: ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ (BJP leader visits flood affeted area in Kendrapara)। ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମନମୋହନ ସାମଲ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଜଳବନ୍ଦୀ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ଗୁରୁବାର ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ମାର୍ଶାଘାଇ, ମହାକାଳପଡ଼ା ଓ ଗରଦପୁର ବ୍ଲକର ବନ୍ୟା ବିପନ୍ନଙ୍କୁ ଭେଟିଛନ୍ତି । ରାଜ୍ୟରେ ଦୁର୍ବଳ ନଦୀବନ୍ଧ ନିର୍ମାଣ ଯୋଗୁଁ ବନ୍ୟାସ୍ଥିତି ଉତ୍ପନ୍ନ ହୋଇଥିବା କଥା କହିଛନ୍ତି ମନମୋହନ ସାମଲ । ସେ କହିଛନ୍ତି, ରାଜ୍ୟର ବନ୍ୟାସ୍ଥିତି "ରାଜ୍ୟ ସରକାରଙ୍କ ଅପାରଗତାକୁ ଏହା ସ୍ପଷ୍ଟ ପ୍ରମାଣିତ କରୁଛି । ତ୍ରୁଟିପୂର୍ଣ୍ଣ ବନ୍ୟା ପରିଚାଳନା ଓ ନଦୀବନ୍ଧ ଗୁଡିକର ମରାମତି ଅଭାବ କାରଣରୁ ହଜାର ହଜାର ଲୋକ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।" ଏକ ପ୍ରେସ୍ ବାର୍ତ୍ତରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ । ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ଏକରରୁ ଊର୍ଦ୍ଧ୍ବ ଚାଷଜମି ପ୍ରଭାବିତ ହୋଇଛି । ଅଧିକାଂଶ ଲୋକେ ଜଳବନ୍ଦୀ ଭାବରେ ରହିଛନ୍ତି । ଆଜି ବନ୍ୟାଞ୍ଚଳ ଗସ୍ତରେ ଥିବା ବିଜେପି ନେତୃମଣ୍ଡଳୀଙ୍କ ମଧ୍ୟରେ ନମାମି ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ବର ସାହୁ, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଦୁଃଖଦୁର୍ଦ୍ଦଶା ପଚାରି ବୁଝିଥିଲେ ।