thumbnail

ଭଦ୍ରକରେ ଲଗାଣ ବର୍ଷାକୁ ନେଇ ପ୍ରଶାସନ ପ୍ରସ୍ତୁତ, ଆଜି ସ୍କୁଲ ବନ୍ଦ

By

Published : Aug 20, 2022, 9:05 AM IST

ଭଦ୍ରକ: ଜିଲ୍ଲାରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ 8 ଟି ଅଗ୍ନିଶମ ବାହିନୀ ଟିମ ସହ 2 ଟି ODRAF ଟିମ ଏବଂ 2 ଟି NDRF ଟିମ ମୁତୟନ ହେବେ । ବନ୍ୟା ପରିସ୍ଥିତି ନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଉଛି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମ ଗେଟ ଖୋଲିଛି । ବର୍ଷାକୁ ଦେଖି ଆହୁରି ଅଧିକ ଗେଟ ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି । ବିଭିନ୍ନ ଅଞ୍ଚଳର ପିଆରଆଇ ମେମ୍ବରଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଅନୁଯାୟୀ ଲୋକ ମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିଛି ଭଦ୍ରକ ଜିଲ୍ଲା ପ୍ରଶାସନ। ତେବେ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ, କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.