thumbnail

Babushan-Maritral Discord: ମୋ ସହିତ ପୁଅ ଜୀବନ ପ୍ରତି ବିପଦ ଅଛି କହିଲେ ତୃପ୍ତି

By

Published : Jul 23, 2022, 8:55 PM IST

ଭୁବନେଶ୍ବର: ଓଲିଉଡ଼ ଅଭିନେତା ବାବୁଶାନ ଓ ପତ୍ନୀ ତୃପ୍ତିଙ୍କ ବିବାଦ । ପ୍ରତିକ୍ରିୟା ରଖିଲେ ପତ୍ନୀ ତୃପ୍ତି । ସେ କହିଛନ୍ତି ଯେ, "ମୋ ବୈବାହିକ ଜୀବନ ଖୁସିରେ ଚାଲିଥିଲା । ଯେତେବେଳେ ପ୍ରକୃତି ମିଶ୍ର ଆମ ଦୁହିଁଙ୍କ ଭିତରେ ପଶିଲେ ସେବେଠୁ ଆମ ଭିତରେ ଅଶାନ୍ତି ଆରମ୍ଭ ହେଲା । ଲକଡାଉନ ବେଳେ ପ୍ରକୃତିଙ୍କ କ୍ୟାରିୟର ଖସୁଥିଲା ସେହି ସମୟରେ ସେମାନେ ବେଶୀ ନିକଟତର ହେଲେ । ନିଜ ପ୍ରତି ଆନୁଗତ୍ୟ ପାଇଁ ମୋ ସ୍ବାମୀକୁ ମଦ ଗଞ୍ଜେଇ ଦେଇ ପ୍ରକୃତି ସ୍ବାମୀ ଠାରୁ ଆର୍ଥିକ ସହାୟତା ନେଇଥିଲେ । ପରବର୍ତ୍ତୀ ସମୟରେ ମୋ ସ୍ବାମୀଙ୍କୁ ମୁଁ ଫେରାଇ ଆଣିବାକୁ ଚେଷ୍ଟା କରିବାରୁ ପ୍ରକୃତି ଆତ୍ମହତ୍ୟା ସହ ଆମ ସମ୍ମାନକୁ ତଳେ ପକାଇବା ପାଇଁ ବ୍ଲାକମେଲ କରିଥିଲେ । ଆଜି ସକାଳେ ମୁଁ ଜାଣିବାକୁ ପାଇଥିଲି, ମୋ ସ୍ବାମୀ ପ୍ରକୃତି ମିଶ୍ରଙ୍କ ସହ ମୋ ବାପ ଘର ନିକଟରେ ଏକ ଭଡା ଘରେ ଥିଲେ । ମୁଁ ସେଠାରେ ପହଁଚିଲା ବେଳକୁ ମୋ ସ୍ବାମୀ ଓ ପ୍ରକୃତି ମିଶ୍ର ଚେନ୍ନାଇ ଯିବା ପାଇଁ ବାହାରୁଥିଲେ । ମୁଁ ପ୍ରଥମେ ମୋ ସ୍ବାମୀଙ୍କୁ ପାଟି କରିବା ସହ ଚାପୁଡ଼ା ମାରିବା ବେଳେ ପ୍ରକୃତି ମିଶ୍ର ମୋତେ ବିରୋଧ କରି ଧମକ ଦେବାକୁ ଲାଗିଲେ । ଯେଉଁଠି ପାଇଁ ମୁଁ ରାଗ ସମ୍ଭାଳି ନ ପାରି ଏଭଳି ଘଟଣା ଘଟିଲା । ଏବେ ମୋ ଓ ମୋର ପୁଅ ଜୀବନ ପ୍ରତି ବିପଦ ଅଛି ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.