କେଦାରନାଥ ନିକଟସ୍ଥ ପାହାଡ଼ରୁ ଖସିଲା ବିଶାଳକାୟ ଗ୍ଲେସିୟର - ଉତ୍ତରାଖଣ୍ଡ ପାହାଡ଼ରୁ ଖସିଲା ବିଶାଳକାୟ ଗ୍ଲେସିୟର
🎬 Watch Now: Feature Video
କେଦାରନାଥ: କେଦାରନାଥ ନିକଟସ୍ଥ ପାହାଡ଼ରୁ ଖସିଲା ବିଶାଳକାୟ ଗ୍ଲେସିୟର । ବିଶ୍ବ ପ୍ରସିଦ୍ଧ କେଦାରନାଥ ଧାମରେ ଏକ ତୁଷାରଚ୍ଛନ୍ନ ପାହାଡ଼ରୁ ଖସିଲା ବିଶାଳକାୟ ଗ୍ଲେସିୟର । ଗତ ଗୁରୁବାର ସନ୍ଧ୍ୟା ୬.୩୦ ମିନିଟରେ ଖସିଥିଲା ଏହି ଗ୍ଲେସିୟର । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଏହି ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଏହି ପାହାଡ଼ ଉପରେ ନଜର ରଖାଯାଇଛି । କେଦାରନାଥ ପାହାଡ଼ଠାରୁ ୫ କିମି ଦୂରରେ ରହିଛି ଚୋରାବାରି ଗ୍ଲେସିୟର । ଗତ ୨୦୧୩ରେ ଏଠାରୁ ହିଁ ଗ୍ଲେସିୟର ଖସି କେଦାରନାଥ ସମେତ ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିଲା । ସେତେବେଳେ ଏଠାରୁ ଗ୍ଲେସିୟର ଖସୁଥିବା ବେଳେ ଏହାକୁ ଛୋଟମୋଟ ଘଟଣା ଭାବି ଏହାକୁ ଅଣଦେଖା କରିଥିଲା ପ୍ରଶାସନ । ତେବେ ବର୍ତ୍ତମାନ ଏହା ଉପରେ ନଜର ରଖିଛି ପ୍ରଶାସନ ।