ଧାନରେ ଜାବିରଙ୍କ ନନ୍ଦିଘୋଷ ରଥ କଳାକୃତି - ଧାନରେ ରଥ
🎬 Watch Now: Feature Video
ପୁରୀ: ଜଗତର ନାଥ ଜଗନ୍ନାଥ । ଜଗାକୁ ଯେଉଁଠି ବି ଶ୍ରଦ୍ଧାର ସହ ଆଙ୍କି ଦେଲେ ସତେ ଯେମିତି ସେ ଜୀବନ୍ୟାସ ପାଇଯାଏ । ଶ୍ରଦ୍ଧା ଆଉ ଭକ୍ତିରେ ଆଙ୍କି ଦେଲେ କାଗଜ ହେଉ କି ପଥର ସବୁଥିରେ ସେ ଝଟକୁ ଥାଏ । ରାତି ପାହିଲେ ରଥଯାତ୍ରା । କାଳିଆକୁ ଭଲ ପାଉଥିବା କେତେ ଯେ ଶିଳ୍ପୀ ନିଜ ହାତରେ ଆଙ୍କୁଛନ୍ତି ତାଙ୍କ ପ୍ରିୟ ଠାକୁରଙ୍କୁ ତ ପୁଣି ଆଉ କିଏ 3 ରଥକୁ । ସେମିତି ଜଣେ ଜଗନ୍ନାଥ ପ୍ରେମୀ ହେଲେ ଜାବିର ଖାଁ । ଧାନରେ ମହାପ୍ରଭୁଙ୍କ ରଥ ତିଆରି କରିଛନ୍ତି ପୁରୀ କୁମ୍ଭାରପଡାର ଯୁବକ ଜାବିର୍ ଖାଁ ପ୍ରସ୍ତୁତ କରିଛନ୍ତି । ଏଥିରେ ସମୁଦାୟ 1202ଟି ଧାନ ବ୍ୟବହାର ହୋଇଛି । ଏହାକୁ କରିବାକୁ ଜାବିରଙ୍କୁ 19 ଘଣ୍ଟା ସମୟ ଲାଗିଛି ।