ପାରାଦୀପରେ ଅମ୍ଫାନର କମ୍ପନ: ଭାଙ୍ଗିଲା ଗଛ, ବୁଡିଲା ବୋଟ୍ - ଅମ୍ଫାନର କମ୍ପନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7275953-thumbnail-3x2-par.jpg)
ଜଗତସିଂହପୁର: ପାରାଦ୍ବୀପରେ ଅମ୍ଫାନ ଏହାର ପ୍ରକୋପ ଦେଖାଇଛି । ପ୍ରବଳ ବର୍ଷା ସାଙ୍ଗକୁ 110 କିଲୋମିଟର ବେଗରେ ବହିଛି। ପାରାଦ୍ବୀପ ନେହେରୁବଙ୍ଗଳା ସ୍ଥିତ ଫିସିଂ ହାରବରରେ ବାତ୍ୟା ପ୍ରଭାବରେ ବୁଡି ଯାଇଛି ଏକ ବୋଟ୍। ପ୍ରବଳ ମେଘ ଓ ପବନ ମାଡରେ ମାଛଧରା ବନ୍ଦରରେ ଲଙ୍ଗର ପକାଇଥିବା ବୋଟ୍ ଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାରାଦ୍ବୀପ ଓ ନେହେରୁବଙ୍ଗଳା ରାସ୍ତାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗି ରାସ୍ତା ଅବରୋଧ କରିଛି ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ