ନବରଙ୍ଗପୁରରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ - ଅକ୍ଷୟ ତୃତୀୟା ପାଳିତ

🎬 Watch Now: Feature Video

thumbnail

By

Published : May 3, 2022, 6:44 PM IST

ନବରଙ୍ଗପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି କ୍ରମରେ ନବରଙ୍ଗପୁରରେ ମଧ୍ୟ ଅକ୍ଷୟ ତୃତୀୟା ପର୍ବ ଧୁମଧାମରେ ପାଳିତ ହୋଇଯାଇଛି । ସମସ୍ତ ଚାଷୀ ଭାଇ ନିଜ କ୍ଷେତ କିଆରୀକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ ଅନୁକୂଳ କରିଥିଲେ । କାରଣ ବିଶ୍ଵାସ ଅଛି ଏହି ଦିନଠାରୁ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ସେହିପରି ଏହି ଅବସରରେ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡ଼ା ଗ୍ରାମରେ ଜିଲ୍ଲାସ୍ତରୀୟ କୃଷିମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଡଃ ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ରହି ଅଖି ମୁଠି ବୁଣି ଜିଲ୍ଲାରେ କୃଷିର ଉନ୍ନତି ବିଷୟରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.