କୋଟିଆ ପାଇଁ କୋରାପୁଟ ଯୁବକଙ୍କ ଗୀତ, ସୋସିଆଲ ମିଡିଆରେ ଭାଇରାଲ

🎬 Watch Now: Feature Video

thumbnail

By

Published : Mar 6, 2021, 7:23 PM IST

କୋରାପୁଟ: ଆନ୍ଧ୍ର ଓଡିଶା ସୀମା ବିବାଦ ଥମିବାର ନାଁ ନେଉନି । କୋଟିଆକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଚର୍ଚ୍ଚା ଜୋର ଧରିଛି । କୋଟିଆରେ ଆନ୍ଧ୍ରର ଦାଦାଗିରିରେ ମର୍ମାହତ ହୋଇ ସେମିଳିଗୁଡାର ଜଣେ ଯୁବକ ରମଣ କୁମାର ଏକ ରାପ ଗୀତ ଗାଇଛନ୍ତି । ଯାହା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଦିନେ ବୋରା ଗୁମ୍ଫା ଓଡ଼ିଶାର ଥିଲା । କିନ୍ତୁ ଆନ୍ଧ୍ରର ଚତୁରତା ଓ ଓଡ଼ିଶାର ନିଷ୍କ୍ରିୟତା ଯୋଗୁଁ ଓଡ଼ିଶା ତାକୁ ହରାଇ ବସିଥିଲା । ବର୍ତ୍ତମାନ କୋଟିଆର ପରିସ୍ଥିତି ସେପରି ନହେଉ । ଏହି ପ୍ରାର୍ଥନା ସହ ରମଣ ଯୁବ ସମାଜକୁ କୋଟିଆ ବଞ୍ଚାଅ ଅଭିଯାନରେ ସାମିଲ ହେବା ପାଇଁ ପ୍ରେରଣା ଯୋଗାଇଛନ୍ତି । ତାଙ୍କ ସ୍ବରଚିତ ଏହି ସଙ୍ଗୀତ ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି । କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.