ଭଦ୍ରକରୁ ବିରଳ କଇଁଛ ଉଦ୍ଧାର - ଭଦ୍ରକରୁ କଇଁଛ ଉଦ୍ଧାର
🎬 Watch Now: Feature Video
ଭ୍ରଦକ: 2 ଫୁଟର ବିରଳ କଇଁଛ ଉଦ୍ଧାର ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିର ଗାଁରୁ ହରି ଚରଣ ବାରିକଙ୍କ ବାଡିରୁ ଏକ 2 ଫୁଟର କଇଁଛ ଉଦ୍ଧାର ହୋଇଛି। ଯାହାର ଓଜନ 30 କିଲୋ ହେବ ବୋଲି ଜଣାପଡିଛି। ଏହି ବିରଳ ପ୍ରଜାତିର କଇଁଚକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଛି। ପରେ ଏନେଇ ବନ ବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି କଇଁଚଟିକୁ ଉଦ୍ଧାର କରିଥିଲେ। ବନ୍ୟା ସମୟରେ କଇଁଛଟି ଭାସି ଆସିଥିବା ଅନୁମାନ କରାଯାଉଛି। ତେବେ ଏହି ବିରଳ ପ୍ରଜାତିର କଇଁଚଟିକୁ ବୈତରଣୀ ନଦୀରେ ଛଡା ଯିବ ବୋଲି ସୂଚନା ମିଳିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ