ପୋଲିସ ବାବୁଙ୍କ ଚମତ୍କାର, ଆତ୍ମହତ୍ୟା ନିଷ୍ପତି ବଦଳାଇ ଦେଲେ ନୂଆ ଜୀବନ

By

Published : Jun 10, 2022, 12:09 PM IST

Updated : Jun 13, 2022, 1:31 PM IST

thumbnail
ଥିରୁଅନନ୍ତପୁରମ: ଆତ୍ମହତ୍ୟା କରିବାକୁ ପାହାଡ ଉପରେ ଚଢି ଯାଇଥିଲେ ଜଣେ ବାଳିକା । କୌଣସି କାରଣକୁ ନେଇ ବାଳିକା ଜଣଙ୍କ ଆତ୍ମହତ୍ୟା ହିଁ ବିକଳ୍ପ ବୋଲି ବାଛିନେଇଥିଲେ । ମାତ୍ର ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ଚମତ୍କାର ହୋଇଛି । ଦୂରରେ ଥାଇ ମଧ୍ୟ ଝିଅଟିର ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସନ୍ତୋଷ କେ ଏମ ନାମକ ଜଣେ ପୋଲିସ କର୍ମଚାରୀ । ଝିଅଟିର ଆତ୍ମ ବିଶ୍ବାସ ବଢାଇଥିଲେ । ଫଳରେ ଝିଅଟି ନେଇଥିବା ଭୁଲ ନିଷ୍ପତ୍ତିକୁ ବଦଳାଇ ଘରକୁ ଫେରିଛନ୍ତି । ଏମିତି କିଛି ଦେଖିବାକୁ ମିଳିଛି କେରଳର ଆଦିମାଳି ଅଞ୍ଚଳରେ । ଆଦିମାଳି ପୋଲିସ ଷ୍ଟେସନରେ ସବ ଇନସପେକ୍ଟର ଭାବରେ କାର୍ଯ୍ୟରତ ସନ୍ତୋଷ । ପାହାଡରୁ ଜଣେ ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ ସନ୍ତୋଷ । ସେ ଝିଅଟିକୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ଦୂରରୁ ଝିଅଟିକୁ ତାଙ୍କ ସମସ୍ୟା କଥା ପଚାରିଥିଲେ । ତାଙ୍କ ସମସ୍ୟା ସମାଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସେ । ଝିଅଟି ଯେ ପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତି ବଦଳେଇ ନଥିଲେ ପୋଲିସ ଅଧିକାରୀ ଜଣଙ୍କ ପାହାଡରେ ବସି ରହିଥିଲେ । ନିଜ ପିଲା ପରି ତାଙ୍କୁ ବୁଝାଇଥିଲେ । ଦୁନିଆରେ ଏମିତି କିଛି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ ବୋଲି କହି ଝିଅର ଆତ୍ମବିଶ୍ବାସ ବଢାଇଥିଲେ ସନ୍ତୋଷ । ଦୀର୍ଘ ସମୟ ପରେ ଝିଅଟି ଫେରି ଆସିଥିଲା । ପରେ ପୋଲିସ ଅଫିସର ସନ୍ତୋଷଙ୍କର ଏହି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।
Last Updated : Jun 13, 2022, 1:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.