thumbnail

ଗୁଜୁରାଟ ଜାମନଗରରେ ଜଳିଗଲା ହୋଟେଲ, ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର

By

Published : Aug 11, 2022, 11:05 PM IST

Updated : Aug 12, 2022, 10:56 AM IST

ଗାନ୍ଧୀନଗର: ଗୁଜୁରାଟ ଜାମନଗରର ସହରର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ହୋଟେଲ କର୍ମଚାରୀଙ୍କ ସମେତ ମୋଟ ୨୭ ଜଣ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏକାଧିକ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ତେବେ ନିଆଁ ସଂସ୍ପର୍ଶରେ ଆସିବା ଯୋଗୁଁ ଦୁଇରୁ ତିନି ଜଣ ବ୍ୟକ୍ତିଙ୍କ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଦେଖନ୍ତୁ ହୋଟେଲରେ ନିଆଁ ଲାଗିବା ସମୟର ଭୟଙ୍କର ଭିଡିଓ ।
Last Updated : Aug 12, 2022, 10:56 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.