ବିସ୍ମୟ ବାଳିକା ଆଦିସ୍ବରୂପ, ଏକା ସମୟରେ ଦୁଇ ହାତରେ ଲେଖି ପାରନ୍ତି ଭିନ୍ନ ଭାଷା - ବିସ୍ମୟ ବାଳିକା ଆଦି ସ୍ବରୁପ
🎬 Watch Now: Feature Video
ବେଙ୍ଗାଲୁରୁ: ବିସ୍ମୟ ବାଳିକା ଆଦିସ୍ବରୂପ । ମାଙ୍ଗାଲୋରର ଏହି ନାବାଳିକା ଜଣକ ଏକ ସମୟରେ ଦୁଇ ହାତରେ ଦୁଇ ପ୍ରକାର ଭାଷା ଲେଖି ପାରୁଛନ୍ତି । ଗୋଟିଏ ମିନିଟରେ 45 ଶଦ୍ଦ ବିଶିଷ୍ଟ ବାକ୍ୟ ଲେଖି ପାରୁଛନ୍ତି । ଯାହା ରେକର୍ଡ ସୃଷ୍ଟି କରିଛି । ସେଥିପାଇଁ ସେ ବିଭିନ୍ନ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ନିଜର ଏହି ପ୍ରତିଭା ପାଇଁ ଆଦି ବିଦ୍ୟାଳୟକୁ ନ ଯାଇ ଏସଏସଏଲସି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି । ଏପରିକି ସେ ଏକ କଳ୍ପନା ଉପନ୍ୟାସ ଲେଖିଛନ୍ତି । ଏହାସହ ଆଉ ଏକ ଉପନ୍ୟାସ ମଧ୍ୟ ଲେଖୁଛନ୍ତି । ଆଦି କେବଳ ଲେଖିବାରେ ସିଦ୍ଧହସ୍ତ ନୁହଁନ୍ତି । ହିନ୍ଦୁସ୍ତାନୀ ସଂଗୀତ, ଚିତ୍ରକଳା ଓ ମିମିକ୍ରି ମଧ୍ୟ କରି ପାରନ୍ତି । ସେ କବିତା ଓ ଶବ୍ଦ ସଂଯୋଜନା କରିପାରନ୍ତି । ଆଦିଙ୍କ ବାପା ଏକ ଶିକ୍ଷା ଅନୁଷ୍ଠାନ ଚଳାନ୍ତି । ଯେଉଁଠାରେ ପିଲାମାନଙ୍କୁ ପାଠପଢା ଅପେକ୍ଷା ମାନସିକ ଦକ୍ଷତା ଗଠନ କରିବାର କଳା ଶିକ୍ଷା ଦିଆଯାଏ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ