thumbnail

By

Published : Sep 12, 2022, 3:51 PM IST

ETV Bharat / Videos

ହାତୀ ଠାରୁ ଆହୁରି ଭୟଙ୍କର ଜଙ୍ଗଲି ମଇଁଷି, ଅଟୋକୁ ନିଜ ସିଂଘରେ ଫିଙ୍ଗିବାକୁ ଚେଷ୍ଟାକଲା

ଥିରୁଅନନ୍ତପୁରମ: କେରଳର ପଥାନାମଥିଟା ଅଙ୍ଗାମୋଝି-ପ୍ଲାପଲ୍ଲୀ ରାସ୍ତାରେ ଗୋଟିଏ ଅଟୋକୁ ଏକ ବିରାଟକାୟ ଜଙ୍ଗଲି ମଇଁଷି ଆକ୍ରମଣ କରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ରାତିରେ ନିଛାଟିଆ ରାସ୍ତାରେ ଏକ ବିରାଟକାୟ ଜଙ୍ଗଲି ମଇଁଷି ହଠାତ୍ ଦୌଡିଆସୁଛି । ଆଉ ଅଟୋରିକ୍ସାକୁ ନିଜ ସିଂଘରେ ଓଲଟାଇ ଦେବାକୁ ଧକ୍କା ମାରୁଛି । ଷ୍ଟାର୍ଟରେ ଥିବା ଅଟୋରିକ୍ସାରେ ଡ୍ରାଇଭର ବସିଥିଲେ ହେଁ ସୌଭାଗ୍ୟ ବଶତଃ ଅଟୋଟି ଓଲଟି ନଥିଲା । ଏହାପରେ ପୁଣି ଥରେ ଅରଣା ମଇଁଷିଟି ଅଟୋରିକ୍ସା ଆଡ଼କୁ ଦୌଡି ଆସୁଥିଲେ ହେଁ ଡ୍ରାଇଭର ଅଟୋକୁ ପଛକୁ ଫେରାଇ ଆଣିଥିଲା । ପରେ ଜଙ୍ଗଲ ଭିତରକୁ ପଳାଇଥିଲା ମଇଁଷିଟି । ଏହି ଭିଡିଓ ରେକର୍ଡ କରିଥିବା ଯାତ୍ରୀଜଣକ କହିଛନ୍ତି, ହାତୀ ଠାରୁ ଜଙ୍ଗଲି ମଇଁଷି ଅଧିକ ବିପଦଜନକ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.