thumbnail

By

Published : Oct 14, 2022, 4:30 PM IST

ETV Bharat / Videos

ଆର୍ମୀ ଡଗ୍‌ ଜୁମ୍‌କୁ ଶ୍ରଦ୍ଧାଞ୍ଜଳି ଦେଲା ୨୯ ଆର୍ମୀ ଡଗ୍‌ ୟୁନିଟ୍‌

ନୂଆଦିଲ୍ଲୀ: ଚିକିତ୍ସାଧୀନ ଅବସ୍ଥାରେ ଆର୍ମୀ ଡଗ୍‌ (କୁକୁର) ଜୁମ୍‌ର ନିଧନ ହୋଇଥିଲା । ଏହାପରେ ଆଜି ତାକୁ ୨୯ ଆର୍ମୀ ଡଗ୍‌ ୟୁନିଟ୍‌(29 Army Dog Unit) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ୟୁନିଟରେ ଥିବା ଆର୍ମୀ ଡଗ୍‌ ଜୁମ୍‌କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖାଯାଇଛି । 54 AFVH(Advance Field Veterinary Hospital)ରେ ଜୁମ୍‌ର ଚିକିତ୍ସା ଜାରି ରହିଥିଲା । ଦେହରେ ଗୁଳି ବାଜିବା ସତ୍ତ୍ବେ ଅପରେସନରେ ନିଜ ଦାୟିତ୍ବ ତୁଲାଇଥିଲା ଜୁମ୍‌ । ଯାହା ଫଳରେ ଦୁଇ ଜଣ ଆତଙ୍କୀଙ୍କୁ ନିହତ କରିବାରେ ସକ୍ଷମ ହୋଇଥିଲା ସେନା । କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଜୁମ୍‌କୁ ତୈନାତ କରାଯାଇଥିଲା । ସେ ସେନାର କମ୍ବାଟ୍‌ ଟିମ୍‌ରେ ସାମିଲ ଥିଲା । 3 ଦିନ ପୂର୍ବରେ ଅନନ୍ତନାଗରେ ଦୁଇ ଆତଙ୍କୀ ପଶି ଆସିଥିବା ସୂଚନା ମିଳିଥିଲା । ଏହାପରେ ସେନା ଅପରେସନ ଆରମ୍ଭ କରିଥିଲା । ସେନାର ଅପରେସନ ବେଳେ ଜୁମ୍‌କୁ ଦୁଇଟି ଗୁଳି ବାଜିଥିଲା । ତାର ଗୋଡ଼ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହାସତ୍ତ୍ବେ ସେ ସେନାର ଅପରେସନ ବେଳେ ସାହସ ଦେଖାଇଥିଲା । ଯାହାଫଳରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲା ସେନା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.