ETV Bharat / state

ତୁଟିବ ଆନ୍ତଃ ରାଜ୍ୟ ବିବାଦ ! ଗଠନ ହେବ ମନ୍ତ୍ରୀସ୍ତରୀୟ କମିଟି - ODISHA TO RESOLVE DISPUTES

ଓଡ଼ିଶାର ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ । ସମାଧାନ ନେଇ ମୋହନ ସରକାରଙ୍କ ବୈଠକ ।

Odisha To Resolve Disputes
Odisha To Resolve Disputes (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 10:44 PM IST

ଭୁବନେଶ୍ବର: ପଡୋଶୀ ରାଜ୍ୟଙ୍କ ସହ ଓଡି଼ଶାର ବିଭିନ୍ନ ବିବାଦ ଲାଗି ରହିଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ରହିଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ ଲାଗି ରହିଛି । ତେଣୁ ବିଭିନ୍ନ ରାଜ୍ୟ ସହ ଥିବା ବିବାଦକୁ ସମାଧାନ କରିବା ଲାଗି ମୋହନ ମାଝୀ ସରକାର ଗୁରୁତ୍ୱ ଦେଉଛନ୍ତି । ପଡୋଶୀ ରାଜ୍ୟରେ ବିଜେପି ଓ ବିଜେପି ମେଣ୍ଟ ସରକାର ଥିବାରୁ ସମସ୍ୟା ସମାଧାନ ଲାଗି ଓଡିଶା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ବୈଠକ:

Odisha To Resolve Disputes (ETV Bharat Odisha)

ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ ବୋଲି ସୂଚନା ଦିଆଯାଇଛି । ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଛି । ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି ।

ଏହା ବି ପଢନ୍ତୁ...ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ଏହା ବି ପଢନ୍ତୁ...ଭୁବନେଶ୍ବରରେ ପ୍ରଥମ ଥର DG-IG ସମ୍ମିଳନୀ, ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ଫ୍ଲାଇଆସ ବେଆଇନ ଡମ୍ପିଂ ସମସ୍ୟା ନେଇ ବୈଠକ, ସମାଧାନ ପାଇଁ ଆଲୋଚନା

Odisha To Resolve Disputes
Odisha To Resolve Disputes (ETV Bharat Odisha)

ବୈଠକରେ କେଉଁମାନେ ଉପସ୍ଥିତ ଥିଲେ?

ଆଲୋଚନାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ, ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପଡୋଶୀ ରାଜ୍ୟରେ ବିଜେପି ଓ ବିଜେପି ମେଣ୍ଟ ସରକାର ଥିବାରୁ ସମସ୍ୟା ସମାଧାନ ଲାଗି ଓଡିଶା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ପଡୋଶୀ ରାଜ୍ୟଙ୍କ ସହ ଓଡି଼ଶାର ଲାଗି ରହିଥିବା ବିବାଦର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.