ETV Bharat / state

କୋର୍ଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର, 4ଟି ମାମଲାରେ ଚାର୍ଜଫ୍ରେମ - PRADEEP PANIGRAHI APPEARS IN COURT

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । 5ଟି ମାମଲାରୁ 4ଟିରେ ଚାର୍ଜଫ୍ରେମ ।

Pradeep Panigrahi appears in court
Pradeep Panigrahi appears in court (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 10:51 PM IST

ବ୍ରହ୍ମପୁର: ଚାରୋଟି ମାମଲାରେ କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦୀପଙ୍କ ଭାଇଙ୍କ ନାମ ମାମଲାରୁ ବାଦ ପଡିଛି ।

4 ମାମଲାରେ ଚାର୍ଜଫ୍ରେମ:

Pradeep Panigrahi appears in court (ETV Bharat Odisha)
ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ରୁଜୁ ହୋଇଥିଲା 5ଟି ମାମଲା । ଏହା ମଧ୍ୟରୁ ଆଜି(ବୁଧବାର) 4ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଗ୍ରାମାଞ୍ଚଳ)ଙ୍କ କୋର୍ଟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର ହୋଇଥିଲେ । ଏହା ସହିତ ପୂର୍ବରୁ ରୁଜୁ ହୋଇଥିବା ଗୋଟିଏ ମାମଲାରେ ଚାର୍ଜଫ୍ରେମ୍ ହୋଇଥିବାବେଳେ ଆଜି ଅନ୍ୟ 4ଟି ମାମଲାରେ ଚାର୍ଜଫ୍ରେମ ହୋଇଛି ।

କ'ଣ ଥିଲା ଅଭିଯୋଗ:

Pradeep Panigrahi appears in court
Pradeep Panigrahi appears in court (ETV Bharat Odisha)

ଗୋପାଳପୁରର ବିଧାୟକ ରହିଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ଗୋଟିଏ ମାମଲାରେ ସେ ହାଜର ହୋଇଥିବାବେଳେ କୋର୍ଟର ତାରିଖ ଅନୁଯାୟୀ ଆଜି ପୁଣି ଥରେ ହାଜର ହୋଇଥିଲେ । 4 ଟି ମାମଲାରେ ଆଜି ଚାର୍ଜଫ୍ରେମ ହୋଇଥିଲା । ଏନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ହୋଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଜର ହେବାକୁ ପଡୁଛି।"

ଏହା ବି ପଢନ୍ତୁ...ନିଆଁରେ ଘିଅ ଢାଳିଲା ‘ଲେଖା ଛିଡାଇ ଦେବା’: ମନସ୍ଥ କରିଥିଲେ ଜନତା, ଖୋରାକ ଯୋଗାଇଲା ଡାଏଲଗ - LeKha Chidei Daba Words Effect

ପ୍ରଦୀପଙ୍କ ଭାଇଙ୍କ ନାଁ ମାମଲାରୁ ବାଦ:

୨୦୨୩ ମସିହା ମେ ୩୦ ତାରିଖରେ ପ୍ରଦୀପଙ୍କ ଓକିଲଙ୍କ ପକ୍ଷରୁ କୋର୍ଟରେ ଫାଇଲ ହୋଇଥିବା ଏକ ପିଟିସନକୁ ବ୍ରହ୍ମପୁର କୋର୍ଟ ଗ୍ରହଣ କରିଥିବାବେଳେ ଏହାକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଏକ ପ୍ରୋଟେକ୍ସନ୍ ପିଟିସନ ଫାଇଲ ହୋଇଥିଲା । ହେଲେ ସରକାରଙ୍କ ପକ୍ଷରୁ ଫାଇଲ ହୋଇଥିବା ପ୍ରୋଟେକ୍ସନ ପିଟିସନକୁ ବ୍ରହ୍ମପୁର କୋର୍ଟ ଅଗ୍ରାହ୍ୟ କରି ଦେଇଥିବା ପ୍ରଦୀପଙ୍କ ଓକିଲ ସୂଚନା ଦେଇଛନ୍ତି । ଆଇନଜୀବୀ ବାଳକୃଷ୍ଣ ପଲେଇ କହିଛନ୍ତି, "ସମସ୍ତ ଅଭିଯୁକ୍ତଙ୍କୁ ଚାର୍ଜଫ୍ରେମ କରାଯାଇଥିବାବେଳେ ସେହି ମାମଲା ମଧ୍ୟରୁ ଜି.ଆର- ୬୨/୨୦୨୧ ମାମଲାରେ ରଖାଯାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ବାଦ୍ ପଡିଛନ୍ତି । ସେହିପରି ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଜି.ଆର୍- ୫୧୧ /୨୦୨୧ ମାମଲାରେ ପୂର୍ବରୁ ରହିଥିବା ପୂର୍ବତନ ଅଧ୍ୟକ୍ଷ ସର୍ବେଶ୍ୱର ରାଓଙ୍କ ବିୟୋଗ ହୋଇଥିବା ଯୋଗୁଁ ତାଙ୍କ ନାଁ ବାଦ ଦିଆଯାଇଛି ।"

2ଟି ମାମଲାରେ ହାଜର ହେଲେ ଆକାଶ ଓ ଅଭୟ ପାଠକ:

ବ୍ରହ୍ମପୁର କୋର୍ଟରେ ଆଜି ପ୍ରଦୀପଙ୍କ ସହିତ ଦୁଇଟି ମାମଲାରେ ହାଜର ହୋଇଛନ୍ତି ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକ । ଏହି ମାମଲାରେ ଅଭିଯୋଗକାରୀମାନେ କୋର୍ଟରେ ପୂର୍ବରୁ ରୁଜୁ ହୋଇଥିବା ମାମଲା ଆଗକୁ ବୃଦ୍ଧି କରିବାକୁ ଚାହୁଁ ନଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ସେମାନେ ସେମାନଙ୍କ ଅର୍ଥ ପାଇସାରିଥିବା କୋର୍ଟକୁ ଜଣାଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ଓକିଲ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.