ମେଷ: କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିବ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ଵ୍ରତୀ ହେବାପାଇଁ ସହଯୋଗ କରିବ । ଭାବପ୍ରବଣତା କାର୍ଯ୍ୟକୁ ପ୍ରଭାବିତ କରିପାରେ । କିନ୍ତୁ ଥରେ ନିଷ୍ପତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିବାକୁ ହେବ । ପରିସ୍ଥିତିକୁ ସାମ୍ନା କରିବାପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେବାକୁ ପଡ଼ିବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।
ବୃଷ: ଆପଣ ସତର୍କତା ଏବଂ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ଭଲ ଖବର ହେଉଛି ଏହା ଆପଣ ଚେଷ୍ଟା କଲେ ସଂପୂର୍ଣ୍ଣ ଭାବରେ ଏଡାଇପାରିବେ । ତେଣୁ ସତର୍କତାର ସହ ଅଗ୍ରସର ହୁଅନ୍ତୁ, ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ,ଏବଂ ସେଗୁଡିକ ଏଡାନ୍ତୁ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି ।
ମିଥୁନ: ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ଆପଣଙ୍କ ଉପରେ ଥିବା ଆଶୀର୍ବାଦକୁ ଦେଖନ୍ତୁ ଏବଂ ସେଗୁଡିକର ଅନୁକୂଳ ବ୍ୟବହାର ପାଇଁ ତତ୍ପର ହୋଇପଡନ୍ତୁ ।
କର୍କଟ: ପେଶାଦାର ମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡିପାରନ୍ତି । ଘର ଆଡୁ, ଆପଣ ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।
ସିଂହ: ଆଜି ଆପଣ ଧର୍ମ କାର୍ଯ୍ୟକଳାପରେ ଲାଗି ପଡିପାରନ୍ତି । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଲେ, ଆପଣ ଯେ କୌଣସି ମତେ ତାହା ସଂପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି ।
କନ୍ୟା: ଲୋକମାନକ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କ୍ ଦୁଃଖି ପରି ଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।
ତୁଳା: ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କ୍ରୟ କରିବେ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଆପଣଙ୍କ ମର୍ଯ୍ୟଦା ବଢିବ । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ଖୁସିରେ ସୁସ୍ୱାଦୁ ଭୋଜନ କରି ଆତ୍ମତୃପ୍ତି ଲାଭ କରିବେ ।
ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ । ଆପଣ ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।
ଧନୁ: ଗ୍ରହ ଜନିତ ଜଟିଳତାରୁ ନକ୍ଷତ୍ର ଗଣ ସଂପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିନାହାନ୍ତି । ଫଳରେ ଆପଣ ମାନସିକ ଭାବରେ ଟିକିଏ ଅବ୍ୟବସ୍ଥିତ ରହିବେ । ହଜମ ସଂକ୍ରାନ୍ତିୟ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି । ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ । ତେଣୁ ସତର୍କ ରୁହନ୍ତୁ ।
ମକର: ଆଜି ଆପଣ କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିଲେ, ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିପାରିବେ । ନିଜ ଜିଭ୍ୱା ଉପରେ ନିୟନ୍ତ୍ରଣ ରଖୁନ୍ତୁ । ଆପଣ ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ମଧ୍ୟରେ ହେଉଥିବା ସମସ୍ତ କଳହ ଏବଂ ବାଦ ବିବାଦ ସମାଧାନ କରିବାରେ ସହଜରେ ସଫଳ ହେବେ । ସନ୍ଧ୍ୟାବେଳକୁ, ପରିସ୍ଥିତିରେ ଉନ୍ନତି ହେବ ଏବଂ ଆପଣଙ୍କର ମନ ବ୍ୟାକୁଳତା ଏବଂ ବ୍ୟସ୍ତତାରୁ ନିଜକୁ ମୁକ୍ତି କରିପାରିବ ।
କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ । ଏକ ବିଶେଷ ଆୟୋଜନ ପାଇଁ ଆପଣଙ୍କୁ କୌଣସି ପ୍ରକାରର କାରଣ ଦେବାକୁ ଦରକାର ପଡ଼ିବନି । କାରଣ କିଛି ବି ହୋଇପାରେ । ଯଦି ଆପଣ ବ୍ୟବସାୟୀ ଅଟନ୍ତି ଆପଣ ସଫଳତାର ନିକଟବର୍ତ୍ତୀ ହେବେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ । ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ ।
ମୀନ: ଅନିଶ୍ଚିତତା ଏବଂ ଦ୍ଵନ୍ଦ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟାପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହଠାରୁ ଦୁରେଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁ ରୂପେ କରନ୍ତୁ ।ଜଗିରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି । ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଭଲ ରହିବ । ଅପରାହ୍ନରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ । ସନ୍ଧ୍ୟା ସମୟରେ ଆପଣ ମନ ବିଚଳିତ ରହିବ । ଆପଣଙ୍କ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ । ଭ୍ରମଣ ଯୋଗ ରହିଛି । ସନ୍ଧ୍ୟା ପରେ ଅଯଥା ଖର୍ଚ୍ଚ ବଢ଼ିପାରେ ।