Zero Night Celebration: କଟକଣାରେ କିଏ ଖୁସି ତ କିଏ ନିରାଶ - ନୂଆବର୍ଷରେ କୋଭିଡ କଟକଣା ବ୍ରହ୍ମପୁର
🎬 Watch Now: Feature Video
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଜିରୋ ନାଇଟ୍ ସେଲିବ୍ରେସନ ଓ ନବବର୍ଷକୁ ନେଇ ଆୟୋଜିତ ହେବାକୁ ଥିବା ସାମୂହିକ କାର୍ଯ୍ୟକ୍ରମ ପାଳନ ଉପରେ କଟକଣା ଲଗାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଗୋଟିଏ ପଟେ ପ୍ରଶାସନିକ କଟକଣା ଏବଂ ଅନ୍ୟପଟେ ଲୋକେ ଘରେ ରହି ନବବର୍ଷ ପାଳନ କରୁଥିବାରୁ ବ୍ୟାବସାୟୀ ନିରାଶ ହୋଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ