ETV Bharat / state

ମାଘ ମାସରେ ବାଘ ପରି ଖରା, ସିଝିବ ଉପକୂଳଠୁ ଆଭ୍ୟନ୍ତରୀଣ ! - ODISHA WEATHER UPDATE

ଫେବୃଆରୀ ପହିଲାରୁ ମୁଣ୍ଡଫଟା ଖରା । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)
author img

By ETV Bharat Odisha Team

Published : Feb 1, 2025, 5:11 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବଢୁଛି ପାରଦ । ତାତି ବଢ଼ୁଥିବାରୁ ମାଘ ମାସରେ ଦେଖିବାକୁ ମିଳିଲାଣି ବାଘ ପରି ଖରା । ଉପକୂଳଠୁ ଆଭ୍ୟନ୍ତରୀଣ ସବୁଠି ବଢିଛି ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହାଫଳରେ ରାଜ୍ୟରେ ତାତି ସହ ଅସ୍ୱାଭାବିକ ଗରମ ଅନୁଭୂତ ହେଉଛି ।

ODISHA WEATHER UPDATE (ETV Bharat Odisha)

ସିଝିବ ପଶ୍ଚିମ ଓଡ଼ିଶା !:

ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି,"ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ । ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ତାତି ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।"

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ଆସନ୍ତା ୨୪ ଘଣ୍ଟା ପାଇଁ ୱାର୍ଣ୍ଣିଂ:

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଗଜତସିଂହପୁର, କେନ୍ଦୁଝର, ପୁରୀ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ,ଗଜପତି,କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଆସନ୍ତାକାଲି ପାଇଁ ୱାର୍ଣ୍ଣିଂ:

ସେହିଭଳି ଆସନ୍ତାକାଲି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ଆଲର୍ଟ ଜାରି ହୋଇଛି । ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଗତ ୧୦ ଦିନ ହେବ ଲଗାତର ଉପକୂଳ ଓଡ଼ିଶାରେ ଘନ କୁହୁଡି ଅନୁଭୂତ ହେଉଛି । ବଙ୍ଗୋପସାଗରରେ ଗୁରୁଚାପ ବଳୟ ପାଇଁ ଘନ କୁହୁଡି ଲାଗିରହିଛି । ୨୦୧୯ ରୁ ୨୦୨୫ ମଧ୍ୟରେ ପ୍ରଥମ ଥର ପାଇଁ ଲଗାଣ ୧୦ ଦିନ ଧରି କୁହୁଡି ଅନୁଭୂତ ହେଉଛି ।

ଏହା ମଧ୍ୟ ପଢନ୍ତୁ...କଲବଲ କରିବ ଖରା, ଘନକୁହୁଡି ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିିଂ - IMD ODISHA WEATHER UPDATE

ଏହା ମଧ୍ୟ ପଢନ୍ତୁ...୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା, ଘନକୁହୁଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - IMD ODISHA WEATHER UPDATE

ଏହା ମଧ୍ୟ ପଢନ୍ତୁ...ଦୁଇ ଦିନ ପରେ ରାଜ୍ୟରେ ଟାଇଁ ଟାଇଁ ଖରା, ଜଳିବ ଉପକୂଳ ଓଡିଶା - WEATHER UPDATE

ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡା :

ସେପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଛତ୍ରପୁର ,ଗୋପାଳପୁର ,ଯାଜପୁର ,ଅନୁଗୁଳ ,ନୟାଗଡ, କଟକ, ଭୁବନେଶ୍ୱର ଓ ଫୁଲବାଣୀରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ସର୍ବନିମ୍ନ ସମତଳ ଅଞ୍ଚଳରେ ଫୁଲବାଣୀରେ ୧୫.୦ ଡିଗ୍ରୀ ସହ ପାହାଡିଆ ଅଞ୍ଚଳରେ ଜି.ଉଦୟଗିରି ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ମଧ୍ୟ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଆକଳନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.