ଓଡିଶା ଇକୋନୋମି କରିଡରକୁ କେନ୍ଦ୍ରର ଅନୁମୋଦନ ପରେ ତ୍ବରାନ୍ବିତ ହେଲା କାର୍ଯ୍ୟ - Work on Odisha Economic Corridor expedited

🎬 Watch Now: Feature Video

thumbnail

By

Published : Jan 29, 2021, 7:32 PM IST

ଭୁବନେଶ୍ବର: ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପୁଣି ଏକ ବଡ଼ ଉପହାର ମିଳିଛି । ଓଡିଶା ଇକୋନୋମି କରିଡରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ତ୍ବରାନ୍ବିତ ହୋଇଛି କାର୍ଯ୍ୟ । ଏଥିଲାଗି ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଦେଶରେ ରାଜ୍ୟ ଇକୋନୋମି କରିଡର ଭାବେ ନୂଆ ପରିଚୟ ପାଇବ ବୋଲି ଜଣାପଡିଛି । ରାଜ୍ୟ ସରକାର ଏଥିଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି । ଇନଭେଷ୍ଟ ଇଣ୍ଡିଆ ମାଧମରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବା ସହିତ ଏନଏଚ-୧୬ ଇକୋନୋମି କରିଡର ନାଭି କେନ୍ଦ୍ର ପାଲଟିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଏହା ସହିତ ବନ୍ଦର ଗାଁ ପାରାଦ୍ବୀପଠାରୁ ଆରମ୍ଭ କରି ଧାମରା, ସୁବର୍ଣ୍ଣରେଖା, ଗୋପାଳପୁର ଏବଂ ମହାନଦୀ ଭଳି ସ୍ଥାନକୁ ବିକଶିତ କରାଯାଇ ଓଡିଶା ଭାରତ ବର୍ଷରେ ଶିଳ୍ପାୟନର ମହତ୍ତ୍ବପୂର୍ଣ୍ଣ ଅଞ୍ଚଳ ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.