ବିଶ୍ବ ବଜାରରେ ବଢୁଛି ସମ୍ବଲପୁରୀ ବାନ୍ଧର ଡିମାଣ୍ଡ, ଉଚିତ ପାଉଣାରୁ ବଞ୍ଚିତ ବୁଣାକାର - WAVERS OF BARGARH

🎬 Watch Now: Feature Video

thumbnail

By

Published : Oct 5, 2020, 7:23 PM IST

ବରଗଡ: ଅନ୍ତର୍ଜାତୀୟ ବଜାରରେ ସୁନାମ ଅର୍ଜନ କରିଛି ସମ୍ବଲପୁରୀ ଶାଢୀ । ଅଦ୍ବିତୀୟ ସୂକ୍ଷ୍ମକାରିଗରୀ ଓ ପ୍ରାକୃତିକ ରଙ୍ଗର ହାତବୁଣା ବାନ୍ଧକଳା ଘରେ ଘରେ ପରିଚିତ । ଖାସ୍ ସେଥିପାଇଁ ତ ଦେଶବିଦେଶରେ ମଧ୍ୟ ସମ୍ବଲପୁରୀ ଶାଢୀର ରହିଛି ଢେର ଚାହିଦା । ଆଜି ବରଗଡ ଜିଲ୍ଲା ଏକ ବୃହତ ହସ୍ତତନ୍ତ ଶିଳ୍ପ ଓ ଏହାର କାରିଗରୀର କେନ୍ଦ୍ରସ୍ଥଳୀ ପାଲଟିଛି । ବୁଣାକାରଙ୍କ ପାଇଁ ସୃଷ୍ଟି ହୋଇପାରିଛି ଏକ ବଡ ବଜାର । ସମ୍ବଲପୁରୀ ବସ୍ତ୍ରରୁ କୋଟି କୋଟି ଟଙ୍କା ଆୟ ମଧ୍ୟ କରାଯାଉଛି । ହେଲେ ହାଡଭଙ୍ଗା ପରିଶ୍ରମ ସତ୍ତ୍ବେ ଉଚିତ ପାଉଣାରୁ ବଞ୍ଚିତ ବାନ୍ଧକଳାର ବୁଣାକାର । ଗୋଟିଏ ଶାଢୀକୁ ମାସ ମାସ ଧରି ବୁଣୁଥିବା କାରିଗରଙ୍କ ଅପେକ୍ଷା ଏଠି ମାଲାମାଲ ହେଉଛନ୍ତି ବେପାରୀ । ବଜାରରେ ଏହି ବସ୍ତ୍ରର ମୂଲ୍ୟ 20 ରୁ 30 ହଜାର ଟଙ୍କା ରହିଥିବାବେଳେ ବୁଣାକାରଙ୍କୁ ଦିନ ମଜୁରିଆ ହିସାବରେ ମିଳୁଛି ମାତ୍ର 200 ଟଙ୍କା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.