ପାହାଡ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ; ପବନ ଉଡାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା - police camp
🎬 Watch Now: Feature Video

ରାୟଗଡା: ସକାଳେ ଖରା, ସନ୍ଧ୍ୟାରେ ବର୍ଷା । ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସନ୍ଧ୍ୟାରେ ବର୍ଷା ପବନରେ ଉଡି ଯାଉଛି ଅସ୍ଥାୟୀ ଟେଣ୍ଟ୍ । ଫଳରେ ବାହାରେ ବିତୁଛି ଦିନ ଓ ରାତି । ଦିନେ କି ସପ୍ତାହେ ନୁହେଁ, ପାହାଡ ଉପରେ 2 ମାସ ହେଲା ନିଜ ଜୀବନକୁ ବାଜି ଲଗାଇ ସୀମା ସୁରକ୍ଷାରେ ମୁତୟନ ହୋଇ ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ରାୟଗଡା ପୋଲିସ୍ ବାହିନୀ ।