ଓଡିଶୀ ନୃତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରଥମ କିନ୍ନର - କିନ୍ନର ଓଡିଶୀ ନୃତ୍ୟଶିଳ୍ପୀ ଚିନ୍ମୟୀ ତ୍ରିପାଠୀ
🎬 Watch Now: Feature Video
ବୌଦ୍ଧ: ଓଡିଶୀ ନୃତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଅଣ୍ଟା ଭିଡିଛନ୍ତି ପ୍ରଥମ କିନ୍ନର ଚିନ୍ମୟୀ ତ୍ରିପାଠୀ । ଏନେଇ ଇଟିଭି ଭାରତକୁ ନିଜର ଅନୁଭୂତି ବଖାଣି ଚିନ୍ମୟୀ କହିଛନ୍ତି କି ରାଜ୍ୟର କଳା ଓ ପରମ୍ପରାକୁ ବିଶ୍ବ ଦରବାରରେ ପହଞ୍ଚାଇବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ । ଏନେଇ ଶନିବାର ଜିଲ୍ଲାରେ ଆୟୋଜିତ ଜାତୀୟ ନୃତ୍ୟ ସେମିନାର ଓ ପ୍ରଦର୍ଶନ ଅବସରରେ ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ ଦେଶର ପ୍ରଥମ କିନ୍ନର ଓଡିଶୀ ନୃତ୍ୟାଙ୍ଗନା ଚିନ୍ମୟୀ ତ୍ରିପାଠୀ । ଟାଉନହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିନ୍ମୟୀଙ୍କୁ ସମ୍ମାନୀତ ମଧ୍ୟ କରାଯାଇଥିଲା ।ତେବେ ଅନ୍ୟଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ହୋଇ ନୃତ୍ୟାଙ୍ଗନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ