ଦିଲ୍ଲୀପ ରାୟଙ୍କୁ ଦଣ୍ଡାଦେଶ: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରଖିଲେ ପ୍ରତିକ୍ରିୟା - ବାଲେଶ୍ବର
🎬 Watch Now: Feature Video
ବାଲେଶ୍ବର: ଝାଡଖଣ୍ଡ କୋଇଲା ଖଣି ଦୁର୍ନୀତି ମାମଲାରେ 3 ବର୍ଷର ଜେଲ ଦଣ୍ଡାଦେଶ ପାଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ । ଜଣେ ଜାମିନଦାର ଓ ଲକ୍ଷେ ଟଙ୍କାର ବେଲ ବଣ୍ଡରେ ତାଙ୍କୁ ଜାମିନ ମିଳିଥିବା ସୂଚନା । ଆଜି ତାଙ୍କୁ ଦିଲ୍ଲୀର ସିବିଆଇ ସ୍ବତନ୍ତ୍ର ଅଦାଲତ ମାମଲାରେ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଇନ ଉର୍ଦ୍ଧ୍ବରେ କେହି ନାହାଁନ୍ତି । ନିୟମ ଦ୍ବାରା ଚାଲିଛି ଦେଶ । କୋର୍ଟର ଆଦେଶ ଯାହା ପ୍ରଶାସନ ପାଳନ କରିବ । ଏହା ଦଳୀୟ ବିଷୟ ନୁହେଁ । ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ