thumbnail

ଗୁହାଳରେ କଟୁଛି ଦୁଇ ଭଉଣୀଙ୍କ ଜୀବନ, ଦୁଃଖ ଶୁଣିବେ କି ସରକାର ?

By

Published : Jan 22, 2021, 8:40 PM IST

ଆନନ୍ଦପୁର: ଗରିବ ଓ ଅସହାୟ ଲୋକଙ୍କୁ ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି । ହେଲେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଉ ନଥିବାରୁ ବହୁ ଗରିବ ଲୋକେ ଭଙ୍ଗା ଦଦରା ଘରେ ଦୁଖ କଷ୍ଟରେ ରହୁଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତରେ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ୧୫ ନମ୍ବର ୱାର୍ଡର ଦୁଇ ଭଉଣୀ ମୂଷୀ ବେହେରା ଓ କନକ ବେହେରା । ଦୁହେଁ ଅବିବାହିତ, ୧୦ ବର୍ଷ ତଳୁ ବାପା ଗିରିଧାରୀ ବେହେରା ଆରପାରିକୁ ଯିବା ପରେ ସେମାନଙ୍କ ଦୁଃଖ ବଢ଼ିଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.