ରାଜ୍ୟରେ ଖୋଲିବ 20ଟି ସାଇନ୍ସ ପାର୍କ - Budget Session News
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10803312-thumbnail-3x2-ashokpanda.jpg)
ଭୁବନେଶ୍ବର: ରାଜ୍ୟରେ ମୋଟ 30ଟି ସାଇନ୍ସ ପାର୍କ କରାଯିବ । ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ 10ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ 10ଟି ସାଇନ୍ସ ପାର୍କ ଖୋଲିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହା ସହ 4ଟି ସ୍ଥାନରେ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ମନ୍ତ୍ରୀ କହିଛନ୍ତି । ସେହିପରି ରାଉରକେଲା ଓ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।