ସୂକ୍ଷ୍ମ କାରୁକାର୍ଯ୍ୟ, ଦିଆସିଲି କାଠିରେ ତିନି ରଥ କରି ଚର୍ଚ୍ଚାରେ ଶିଳ୍ପୀ

🎬 Watch Now: Feature Video

thumbnail

By

Published : Jun 24, 2020, 3:56 PM IST

ଖୋର୍ଦ୍ଧା: ଦିଆସିଲି କାଠିରେ ପ୍ରସ୍ତୁତ ହୋଇଛି ତିନି ରଥ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଉ ଏଭଳି ସୂକ୍ଷ୍ମ କାରୁକାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ । ଦିଆସିଲି କାଠିରେ ମାତ୍ର ଅଢେଇ ଇଞ୍ଚ ଉଚ୍ଚତାର ତିନି ରଥ କରିଛନ୍ତି। ସେଥିରେ ତେନ୍ତୁଳି ମଞ୍ଜିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବସାଇଛନ୍ତି । ଏହି ସୂକ୍ଷ୍ମ ରଥ ନିର୍ମାଣ ପାଇଁ ସେ 307ଟି ଦିଆସିଲ କାଠି ବ୍ୟବହାର କରିଥିବା କହିଛନ୍ତି । ତେବେ ଚଳିତ ବର୍ଷ ବାଦ ବିବାଦ, ଅନେକ କଳ୍ପନା ଜଳ୍ପନାର ଅନ୍ତ ପରେ କଟକଣା ଭିତରେ ପାଳନ ହେଉଛି ଘୋଷ ଯାତ୍ରା। ଭକ୍ତ ଶୂନ୍ୟ ବଡଦାଣ୍ଡରେ ଆଜି ଗଡିବ କାଳିଆ ରଥ। ନାଟୁଆ କଳା ଠାକୁର ଭାଇ ଓ ଭଉଣୀଙ୍କ ସହ 9 ଦିନ ପାଇଁ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବ। ଏନେଇ ତିନିରଥ ସିଂହଦ୍ବାରା ସମ୍ମୁଖରେ ଅପେକ୍ଷା କରିଛନ୍ତି। ମହାମାରୀରେ ଭକ୍ତ ବଡଦାଣ୍ଡରେ କାଳିଆର ଦର୍ଶନ କରିପାରିବନି ସତ ହେଲେ ଘରେ ରହି କାଳିଆକୁ ସ୍ମରଣ କରି ତାର ଭକ୍ତି ସାଗରରେ ଲୀନ ହୋଇଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.