ଯୁବକଙ୍କୁ ଗୋତି ଶ୍ରମିକ ଭାବିଛନ୍ତି ରାଜ୍ୟ ସରକାର: କଂଗ୍ରେସ - କଂଗ୍ରେସ
🎬 Watch Now: Feature Video

ଭୁବନେଶ୍ବର: ରାଜ୍ୟ ସରକାର ଯୁବକଙ୍କୁ ଗୋତି ଶ୍ରମିକ ଭାବରେ ଖଟାଉଛନ୍ତି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମିଡିଆ ସେଲ ମୁଖ୍ୟ ସୁଦର୍ଶନ ଦାସ କହିଛନ୍ତି ଯେ, 2013 ମସିହାରୁ 50ହଜାର ଯୁବକକୁ କଣ୍ଟ୍ରାକଚୁଆଲ ରଖିଛନ୍ତି ସରକାର । ଏହି ଠିକାଭିତ୍ତିକ ନିଯୁକ୍ତିରେ ଅଛନ୍ତି ପୋଲିସ, ନର୍ସ । ସେମାନଙ୍କୁ ଦରମା ମାତ୍ର ଦେଉଛନ୍ତି 8,500 ଟଙ୍କା ଦରମା । ଆଜି ସମାନ ଦରମା ଦେବାକୁ ଦାବି କଲେ ନାଲି ଆଖି ଦେଖାଉଛନ୍ତି ସରକାର । ମିଡିଆରେ କିଛି କହିପାରିବ ନାହିଁ । ମାତ୍ର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମାନ କାମକୁ ସମାନ ଦରମା ଦିଅ । କିନ୍ତୁ ରାଜ୍ୟସରକାର ଦରମା ନ ଦେଇ ଗୋତି ଶ୍ରମିକ ଭାବେ ଖଟାଉଛନ୍ତି । ଯୁବ ସମାଜ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।