ଲକଡାଉନ କୋହଳ ପରେ ଗଞ୍ଜାମବାସୀଙ୍କ ମିଳିଲା ସାମାନ୍ୟ ଆଶ୍ବସ୍ତି - Ganjam are a little relieved after the lockdown
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6868047-81-6868047-1587380686974.jpg)
ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କୋରୋନାକୁ ନେଇ ଜାରି ହୋଇଥିବା ଲକଡାଉନକୁ କୋହଳ କରାଯିବା ପରେ ଏହାକୁ ନେଇ ଅନେକ ଲୋକ ଆଶ୍ବସ୍ତି ପ୍ରକାଶ କରିଛନ୍ତି । କୋରୋନା ପ୍ରତିହତ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ ବ୍ରହ୍ମପୁର ସହରବାସୀ ଦୀର୍ଘ ଦିନ ଧରି ନିଜ ନିଜ ଘରେ ରହିଆସୁଥିଲେ । ହେଲେ ଲକଡାଉନ ସାମାନ୍ୟ କୋହଳ ହେବା ପରେ ସହରବାସୀ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ନିଜ ନିଜର ମୋଟର ସାଇକେଲ ନେଇ ବାହାରକୁ ଆସିଛନ୍ତି । ଫଳରେ ଜନଶୂନ୍ୟ ସହର କିଛି ମାତ୍ରାରେ ଚଳଚଞ୍ଚଳ ହୋଇଉଠିଥିଲା । ସେପଟେ ଏଭଳି କୋହଳ ସମୟରେ ସୋସିଆଲ ଡିଷ୍ଟଟାନ୍ସ ଏବଂ ମୁହଁରେ ମାସ୍କ ପିନ୍ଧିନଥିବା କିମ୍ବା ହେଲମ୍ୟାଟ ପରିଧାନ କରିନଥିବା ବ୍ୟକ୍ତି ବିଶେଷଙ୍କୁ ସ୍ବତନ୍ତ୍ର ସ୍କାର୍ଡ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି । କୌଣସି ଆବଶ୍ୟକତା ନଥିଲେ ଘରୁ ବାହାରକୁ ନଯିବା ପାଇଁ ଅନୁରୋଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିନ ୧୨ ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେଉଛି । ତେବେ ଏନେଇ ସହରରେ କିଭଳି ରହିଛି ସ୍ଥିତି ସେ ନେଇ ଅଧିକ ସୂଚନା ଦେଉଛନ୍ତି ବ୍ରହ୍ମପୁରରୁ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ...