thumbnail

By

Published : Jul 15, 2020, 5:33 PM IST

ETV Bharat / Videos

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ: କଥା ଫେରାଇଲେ ସୁର, ମନା କଲେ ରଞ୍ଜୀବ

ଭୁବନେଶ୍ବର: ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ହେବେ କି ? ଗୁଜରାଟ ପରେ ଓଡିଶା କଥା ବିଚାର ହେବ କି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିବା ବେଳେ ଖୋଦ କଂଗ୍ରେସ ଦଳରେ ଏହାକୁ ନେଇ ଭିନ୍ନ ମତ ଆସିଛି। କିଛି ଦିନ ପୂର୍ବରୁ ବରିଷ୍ଠ ନେତା କହିଥିଲେ କି ଓଡ଼ିଶାରେ ନେତୃତ୍ବ ବଦଳିବା ଉଚିତ । ଏପରିକି ଦୌଡ଼ରେ କିଏ କିଏ ଅଛନ୍ତି ତାର ତାଲିକା କହିଥିଲେ ବରିଷ୍ଠ ନେତା ସୁର ରାଉତରାୟ। ହେଲେ ପରବର୍ତ୍ତୀ ସମୟରେ ସେ ପକାଇଥିବା ଛେପ ଢ଼ୋକିଛନ୍ତି। କହିଛନ୍ତି ମୁଁ କିଛି କହିନାହିଁ। ସାମ୍ବାଦିକ ଯାହା ପଚାରିଲେ କହିଛି। ସେହିପରି ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ଏବେ ନୁହେଁ ବୋଲି କହିଛନ୍ତି। ତେବେ ଦଳ ମଧ୍ୟରେ ତାଳମେଳ ଠିକ ରହୁନଥିବା ବେଳେ ଦଳର ଆଗାମୀ ରଣନୀତି କଣ ରହିବ ତା ଉପରେ ସମସ୍ତଙ୍କ ନଜର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.