ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

By

Published : Jan 1, 2021, 2:24 PM IST

thumbnail

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ସୁରେଶ ମହାପାତ୍ର । ଆଜି ନୂଆବର୍ଷରେ ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ 14 ମାସ ଅର୍ଥାତ 2022 ଫେବୃଆରୀ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ । ସେହିପରି ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି । ସୁରେଶ ମହାପାତ୍ର 1986 ବ୍ୟାଚର ଆଇଏଏସ୍ ଅଫିସର ହୋଇଥିବାବେଳେ ସେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଜର ଦାୟିତ୍ବ ସମ୍ପାଦନା କରିଛନ୍ତି । ସେ ନୂଆପଡା ଜିଲ୍ଲାରୁ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ବେଳେ 1996 ନବକଳେବର ସମୟରେ ପୁରୀ ଜିଲ୍ଲାପାଳ ଓ 2015 ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.